ଇସ୍ରୋର ଚନ୍ଦ୍ରଯାନ-୨ ଅଭିଯାନକୁ ପ୍ରଶଂସା କଲା ଆମେରିକାର ମହକାଶ ସଂସ୍ଥା ‘ନାସା’

ମହାକାଶ ଯୋଜନା ଅଧିକ ବିସ୍ତାରିତ ହେବ, ଭବିଷ୍ୟତର ପ୍ରକଳ୍ପଗୁଡ଼ିକ ପାଇଁ ମାର୍ଗଦର୍ଶନ ମିଳିବ

ନୂଆଦିଲ୍ଲୀ : ଆମେରିକାର ମହକାଶ ସଂସ୍ଥା ‘ନାସା’ ଆଜି ଇସ୍ରୋର ଚନ୍ଦ୍ରଯାନ-୨ ଅଭିଯାନକୁ ଭୂୟସୀ ପ୍ରଶଂସା କରିଛି। ଭାରତର ଏହି ମିସନ ମହକାଶ ଗବେଷଣା କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି ଏବଂ ଭବିଷ୍ୟତର ପ୍ରକଳ୍ପଗୁଡ଼ିକ ପାଇଁ ମଧ୍ୟ ମାର୍ଗଦର୍ଶକ ସାବ୍ୟସ୍ତ ହେବ ବୋଲି ନାସା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଚନ୍ଦ୍ରଯାନ ୨ ମାତ୍ର ୨.୧ କିମି ଦୂରରୁ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଥିଲେ ମଧ୍ୟ ଏହି ପ୍ରକଳ୍ପ ତା’ର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଅନେକ କିଛି ହାସଲ କରିଛି ବୋଲି ନାସା କହିଛି। ଭବିଷ୍ୟତରେ ଏହା ଇସ୍ରୋର ମହକାଶ ଅଭିଯାନଗୁଡ଼ିକୁ ଅଧିକ ସୁଗମ କରିଦେବ ବୋଲି ନାସା କହିଛି।

ଅନ୍ୟପକ୍ଷରେ ୟୁଏଇ ମହକାଶ ସଂସ୍ଥା ମଧ୍ୟ ଚନ୍ଦ୍ରଯାନ-୨ ଅଭିଯାନ ଅନେକ କିଛି ହାସଲ କରିପାରିଛି ବୋଲି କହିଛି। ଭାରତକୁ ଏ କ୍ଷେତ୍ରରେ ୟୁଇଏ ସମସ୍ତ ସହଯୋଗ କରିବ ବୋଲି କହିଛି। ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ବିଶାଳ ଉପଲବ୍ଧି ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ୟୁଏଇ କହିଛି।

ସମ୍ବନ୍ଧିତ ଖବର