ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ର ଟେରିନ୍ ମ୍ୟାପିଂ କ୍ୟାମେରା ଚନ୍ଦ୍ରର ୩-ଡି ଫଟୋ ପଠାଇଛି। ଏହି ଫଟୋ ୧ ଶହ କିମି ଅର୍ବିଟ୍ରୁ ନିଆଯାଇଥିବା ବେଳେ ଏଥିରେ ଚନ୍ଦ୍ରରେ ଥିବା ଗର୍ତ୍ତ, ଲାଭା ଟ୍ୟୁବ୍, ରିଲେସ୍ (ଲାଭା ଟ୍ୟୁବ୍ ଫାଟିବା ପରେ ଉତ୍ପନ୍ନ ହେଉଥିବା ସ୍ଥାନ) ସହିତ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ଦୃଶ୍ୟ ମଧ୍ୟ ରହିଛି। ଏହି ୩-ଡି ଫଟୋ ଭବିଷ୍ୟତର ଗବେଷଣା ପାଇଁ ବିଶେଷ ସହାୟକ ହେବ ବୋଲି ଜଣାପଡ଼ିଛି।