ଚନ୍ଦ୍ରର କକ୍ଷପଥକୁ ସିଧାସଳଖ ଯାତ୍ରା କରିବାକୁ ଚନ୍ଦ୍ରମଣ୍ଡଳରେ ପ୍ରବେଶ କଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ବୁଧବାର ରାତି ୨: ୨୧ରେ ପୃଥିବୀର କକ୍ଷପଥ ଛାଡ଼ି ଚନ୍ଦ୍ରଯାନ-୨ ସିଧାସଳଖ ଚନ୍ଦ୍ରକୁ ଯିବା ରାସ୍ତାରେ ପ୍ରବେଶ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ସଫଳତାର ସହ ‘ଟ୍ରାନ୍‌ସ୍‌ ଲୁନାର୍‌ ଇଞ୍ଜେକ୍‌ସନ୍‌’ (ଟିଏଲ୍‌ଆଇ) ଅଭିଯାନ ସମାପନ କରିଛି। ପୃଥିବୀର ଡିମ୍ବାକାର କକ୍ଷପଥରେ ୨୨ ଦିନ ଅତିବାହିତ କରିଥିବା ଏହି ମହାକାଶଯାନକୁ ଚନ୍ଦ୍ର ମଣ୍ଡଳ ମଧ୍ୟକୁ ପ୍ରବେଶ କରାଇବାକୁ ‘ଟିଏଲ୍‌ଆଇ’ ଅଭିଯାନ ସମୟରେ ଏହାର ତରଳ ଇଞ୍ଜିନ୍‌କୁ ପ୍ରାୟ ୧, ୨୦୩ ସେକେଣ୍ଡ ଯାଏଁ ସକ୍ରିୟ କରାଯାଇଥିଲା।

ଏ ସମ୍ବନ୍ଧରେ ଇସ୍ରୋର ଚେୟାର୍‌ମ୍ୟାନ୍‌ କେ ଶିବନ କହନ୍ତି: ଚନ୍ଦ୍ରମଣ୍ଡଳରେ ୬ ଦିନ ଯାତ୍ରା କରିବା ପରେ ଚନ୍ଦ୍ରଯାନ-୨ ଅଗଷ୍ଟ ୨୦ ତାରିଖ ଦିନ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ।

Image Courtesy of Times of India

ପୃଥିବୀ ଠାରୁ ଚନ୍ଦ୍ରର ସମୁଦାୟ ଦୂରତା ୩. ୮୪ କିଲୋମିଟର।

ଚନ୍ଦ୍ରମଣ୍ଡଳରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ-୨ର ଗତି ମନ୍ଥର କରିବାକୁ ଏଥିରେ ଥିବା ପ୍ରପ୍ୟୁସିଅନ୍‌ ସିଷ୍ଟମ୍‌ ପୁଣି ସକ୍ରିୟ କରାଯିବ। ଫଳରେ ଏହାକୁ ଚନ୍ଦ୍ରର ପ୍ରାଥମିକ କକ୍ଷପଥ ମଧ୍ୟକୁ ପ୍ରବେଶ କରାଇହେବ।

ସେପ୍ଟେମ୍ବର ୭ ତାରିଖ ଦିନ ମହାକାଶଯାନରେ ଥିବା ଲ୍ୟାଣ୍ଡର୍‌ ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଆସ୍ତେ କରି ଅବତରଣ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର