ମଙ୍ଗଳବାର ସକାଳେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୨

ବାଙ୍ଗାଲୁରୁ : ଭାରତର ଚନ୍ଦ୍ରଯାନ-୨ ଆସନ୍ତା କାଲି ସକାଳ ୮ଟା ୩୦ ରୁ ୯ଟା ୩୦ ମିନିଟ ମଧ୍ୟରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ । ଚନ୍ଦ୍ରଯାନ-୨ର ଲିକ୍ୱିଡ ଇଂଜିନ ଏହି ମହାକାଶ ଯାନକୁ ଚନ୍ଦ୍ରର କକ୍ଷରେ ପ୍ରବେଶ କରାଇବ । ତେବେ ଏହା ଚନ୍ଦ୍ର ଅଭିଯାନର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଓ କଷ୍ଟକର ପର୍ଯ୍ୟାୟ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ କହିଛନ୍ତି । ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ ଚନ୍ଦ୍ର ଚାରିପଟେ ଆହୁରି ୪ଥର( ଅରବିଟ ମାନ୍ୟୁବର) ରେ ଘୂରିବା ପରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ।ଏହା ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ।

ଗତ ଅଗଷ୍ଟ ୧୪ ରାତି ୨ଟା ୨୧ ମିନିଟରେ ଚନ୍ଦ୍ରଯାନ-୨ ପୃଥିବୀର କକ୍ଷପଥରୁ ବାହାରୁ ଚନ୍ଦ୍ର ଅଭିିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏହାକୁ ଏହାକୁ ‘ଟ୍ରାନ୍ସ ଲୁନାର ଇଂଜେକ୍ସନ’ ବୋଲି କୁହାଯାଏ । ଇସ୍ରୋର ଯୋଜନା ମୁତାବକ ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ସଫଳତାର ସହ ସଂପନ୍ନ ହୋଇଥିଲା । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗତ ଜୁଲାଇ ୨୨ରେ ଚନ୍ଦ୍ରଯାନ-୨କୁ ଜିଏସଏଲଭି ମାଧ୍ୟମରେ ମହାକାଶକୁ ପ୍ରେରଣ କରିଥିଲା ।

ସମ୍ବନ୍ଧିତ ଖବର