ଆସନ୍ତା ବୁଧବାରଦିନ ପୃଥିବୀ କକ୍ଷପଥ ଛାଡି ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ ଚନ୍ଦ୍ରଯାନ-୨,୨୦ରେ ଚନ୍ଦ୍ର କକ୍ଷପଥରେ ପହଞ୍ଚିବ

ଅହମଦାବାଦ : ଭାରତର ବହୁଚର୍ଚ୍ଚିତ ୨ୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ ଆସନ୍ତା ଅଗଷ୍ଟ ୨୦ରେ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ ଓ ଚନ୍ଦ୍ରର କକ୍ଷପଥରେ କିଛିଦିନ ପରିକ୍ରମଣ କରିବା ପରେ ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ । ଏ ସଂପର୍କରେ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଅଧ୍ୟକ୍ଷ ଡଃ କେ.ଶିବନ ।

Photo: Govt. of India

ସେ କହିଛନ୍ତି ଯେ ଗତ ଜୁଲାଇ ୨୨ରେ ଲଞ୍ଚ୍‌ ହୋଇଥିବା ଏହି ଚନ୍ଦ୍ରଯାନ-୨ ଆସନ୍ତା ଦୁଇଦିନ ଅର୍ଥାତ ବୁଧବାର ସୁଦ୍ଧା ପୃଥିବୀର କକ୍ଷପଥକୁ ତ୍ୟାଗ କରି ଚନ୍ଦ୍ର ଅଭିମୁଖେ ଗତି କରିବ । ଏହି ଘଟଣା ବୁଧବାର ସକାଳ ୩ଟା ୩୦ ମିନିଟରେ ହେବ । ଏହାକୁ ‘ଟ୍ରାନ୍ସ ଲୁନାର ଇଂଜେକ୍ସନ’ ବୋଲି କୁହାଯାଏ । ଆଜି ଏଠାରେ ଅନୁଷ୍ଠିତ ଡଃ ବିକ୍ରମ ସରାଭାଇଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗ ଦେବା ଅବସରରେ ସେ ଏକଥା କହିଛନ୍ତି । ସୂଚନାଯୋଗ୍ୟ ଯେ ଡଃ ବିକ୍ରମ ସରାଭାଇଙ୍କୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବୋଲି କୁହାଯାଏ ।

ସମ୍ବନ୍ଧିତ ଖବର