ଆଉ ୪ ଦିନ ପରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୨

ବାଙ୍ଗାଲୁରୁ : ଗତ ବୁଧବାରଦିନ ପୃଥିବୀର କକ୍ଷପଥରୁ ବାହାରୁ ଚନ୍ଦ୍ର ଅଭିିମୁଖେ ଯାତ୍ରା କରିଥିବା ଚନ୍ଦ୍ରଯାନ-୨ ଆଉ ମାତ୍ର ୪ ଦିନ ମଧ୍ୟରେ ଅର୍ଥାତ ୨୦ ତାରିଖରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ । ଗତ ବୁଧବାରଦିନ ଅର୍ଥାତ ଅଗଷ୍ଟ ୧୪ ରାତି ୨ଟା ୨୧ ମିନିଟରେ ଚନ୍ଦ୍ରଯାନ-୨ ପୃଥିବୀର କକ୍ଷପଥରୁ ବାହାରୁ ଚନ୍ଦ୍ର ଅଭିିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏହାକୁ ଏହାକୁ ‘ଟ୍ରାନ୍ସ ଲୁନାର ଇଂଜେକ୍ସନ’ ବୋଲି କୁହାଯାଏ । ଇସ୍ରୋର ଯୋଜନା ମୁତାବକ ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ସଫଳତାର ସହ ସଂପନ୍ନ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗତ ଜୁଲାଇ ୨୨ରେ ଚନ୍ଦ୍ରଯାନ-୨କୁ ଜିଏସଏଲଭି ମାଧ୍ୟମରେ ମହାକାଶକୁ ପ୍ରେରଣ କରିଥିଲା ।

ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଆଜି ରାତି ୨ଟା ୨୦ ମିନିଟରେ ଚନ୍ଦ୍ରଯାନ-୨ ଲୁନାର ଟ୍ରାନ୍ସଫର ଟ୍ରାଜେକ୍ଟରୀରେ ପ୍ରବେଶ କରିଛି । ଏଥିପାଇଁ ଏହାର ଲିକ୍ୱିଡ ଇଂଜିନ ପ୍ରାୟ ୧୨୦୩ ସେକେଣ୍ଡ ପର୍ଯ୍ୟନ୍ତ ଫାୟାର କରିଥିଲା ।

ସମ୍ବନ୍ଧିତ ଖବର