ଚନ୍ଦ୍ରଯାନ-୨: ନାସା ଉତ୍ତୋଳନ କରିଥିବା ଚନ୍ଦ୍ରାବତରଣ ସ୍ଥାନର ନୂଆ ଫଟୋରେ ବିକ୍ରମ ଲ୍ୟାଣ୍ଡର୍‌ ମିଳିଲା ନାହିଁ

ନୂଆଦିଲ୍ଲୀ: ଭାରତର ବିକ୍ରମ ଲ୍ୟାଣ୍ଡର୍‌କୁ ଠାବ କରିବାରେ ପୁଣି ଥରେ ଯୁକ୍ତରାଷ୍ଟ୍ର ଆମେରିକୀୟ ମହାକାଶ ଏଜେନ୍‌ସି ବିଫଳ ହୋଇଛି। ନାସା ଉତ୍ତୋଳନ କରିଥିବା ଚନ୍ଦ୍ରଯାନ-୨ର ଅବତରଣ ସ୍ଥଳର ଫଟୋଗୁଡ଼ିକରେ ଲ୍ୟାଣ୍ଡର୍‌ ବିକ୍ରମ ଦୃଶ୍ୟମାନ ହେଉନାହିଁ। ନାସାର ଜଣେ ବୈଜ୍ଞାନିକ କହିଛନ୍ତି ବିକ୍ରମ ଲ୍ୟାଣ୍ଡର୍‌ ଛାଇ ପଡ଼ିଥିବା କୌଣସି ସ୍ଥାନରେ ରହି ଯାଇଥିବାରୁ ଦେଖାଯାଉଥାଇ ନ ପାରେ। କିମ୍ବା ଯୁକ୍ତରାଷ୍ଟ୍ର ଆମେରିକୀୟ ସ୍ପେସ୍‌ ଏଜେନ୍‌ସି ଫଟୋ ଉତ୍ତୋଳନ କରିଥିବା ଅଞ୍ଚଳ ବାହାରେ ବିକ୍ରମ ରହିଯାଇଥାଇ ପାରେ।

Image Source: India Toay

ମହାକାଶ ଏଜେନ୍‌ସି ବିକ୍ରମ ଠାରୁ ଯୋଗାଯୋଗ ହରାଇବା ପର ଠାରୁ ଲୁନାର୍‌ ରିକୋନେସାନ୍‌ସ୍‌ ଅର୍ବିଟର୍‌ ସହାୟତାରେ ନାସା ଚନ୍ଦ୍ରଯାନ-୨ ଲ୍ୟାଣ୍ଡର୍‌ର ଅବସ୍ଥିତି ଜାଣିବା ପାଇଁ ଦୁଇ ଥର ଉଦ୍ୟମ କରି ସାରିଲାଣି। ସେପ୍ଟେମ୍ବର ୧୭ ଏବଂ ଅକ୍ଟୋବର ୧୪ ତାରିଖ ଦିନ ବିକ୍ରମ ଅବତରଣ ସ୍ଥଳ ଅଞ୍ଚଳ ଉପର ଦେଇ ଲୁନାର୍‌ ରିକୋନେସାନ୍‌ସ୍‌ ଅର୍ବିଟର୍‌ ଉଡ଼ିଯାଇଛି।

ଉଭୟ ଥର ଲୁନାର୍‌ ରିକୋନେସାନ୍‌ସ୍‌ ଅର୍ବିଟର୍‌ ଅବରତଣସ୍ଥଳ ଅଞ୍ଚଳର ଫଟୋ ଉତ୍ତୋଳନ କରିଛି। କିନ୍ତୁ, ସେ ଫଟୋଗୁଡ଼ିକୁ ବିଶ୍ଲେଷଣ କରିବା ପରେ ଚନ୍ଦ୍ରପୃଷ୍ଠରେ ବିକ୍ରମକୁ ଠାବ କରାଯାଇ ପାରି ନାହିଁ।

ସମ୍ବନ୍ଧିତ ଖବର