ଚନ୍ଦ୍ରରେ ମଣିଷର ସ୍ଥାୟୀ ବାସସ୍ଥାନ ନିର୍ମାଣ ଦିଗରେ ଚନ୍ଦ୍ରଯାନ-୨ ସହାୟକ ହେବ : ନାସା ମହାକାଶଚାରୀ

ନୂଆଦିଲ୍ଲୀ : ଭାରତର ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୨ କେବଳ ଯେ ଭାରତର ବିଜ୍ଞାନ ଓ ପ୍ରଯୁକ୍ତିକୁ ବିଶ୍ୱସ୍ତରରେ ପହଞ୍ଚାଇବ ତାହା ନୁହେଁ, ଏହା ସମଗ୍ର ବିଶ୍ୱକୁ ଉପକୃତ କରିବ । ଭବିଷ୍ୟତରେ ଚନ୍ଦ୍ରରେ ସ୍ଥାୟୀ ବସବାସ କରିବା ଲାଗି ମଣିଷକୁ ଆବଶ୍ୟକ ଜ୍ଞାନ ଯୋଗାଇବ ବୋଲି ନାସାର ପୂର୍ବତନ ମହାକାଶଚାରୀ ଜେରୀ ନିଲେଞ୍ଜର କହିଛନ୍ତି । ଏହି ମିଶନ ପାଇଁ ସେ ବେଶ ଉତ୍ସାହିତ ଅଛନ୍ତି ବୋଲି ସେ କହିଛନ୍ତି । ଚନ୍ଦ୍ରଯାନ ଓହ୍ଲାଇବାର ଲାଇଭ ଦେଖିବାକୁ ସେ ଭାରତ ଆସିଛନ୍ତି । ସୂଚନାଯୋଗ୍ୟ ଯେ ଜେରୀ ଋଷିଆର ମହାକାଶ କେନ୍ଦ୍ର ମିରରେ ୫ ମାସ କଟାଇଥିଲେ ।

ଭାରତର ଚନ୍ଦ୍ରଯାନ-୨ ଆସନ୍ତା ୭ ତାରିଖରେ ରାତି ୧ଟା ୩୦ରୁ ୨ଟା ୩୦ ମଧ୍ୟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାକୁ ଯାଉଛି । ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ଚନ୍ଦ୍ରପୃଷ୍ଠରେ ନିଜର ଯାନ ଓହ୍ଲାଇଥିବାବେଳେ ଦକ୍ଷିଣ ମେରୁରେ କୌଣସି ଯାନ ଏପର୍ଯ୍ୟନ୍ତ ଓହ୍ଲାଇନାହିଁ । ଏହି କାରଣରୁ ଏହି ମହାକାଶ ମିଶନ ଉପରେ ସାରାବିଶ୍ୱର ବୈଜ୍ଞାନିକ ଓ ମହାକାଶ ସଂସ୍ଥାଙ୍କ ନଜର ରହିଛି ।

ସମ୍ବନ୍ଧିତ ଖବର