୨୦୨୧ପ୍ରଥମାର୍ଦ୍ଧରେ ‘ଚନ୍ଦ୍ରଯାନ-୩’ର ଉତ୍‌କ୍ଷେପଣ ହେବ

ନୂଆଦିଲ୍ଲୀ : ୨୦୨୧ ପ୍ରଥମାର୍ଦ୍ଧରେ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ କରାଯିବ ବୋଲି ଆଜି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି। ତେବେ ଭାରତର ଏହି ତୃତୀୟ ଚନ୍ଦ୍ର ଅଭିଯାନରେ ସାମାନ୍ୟ ବିଳମ୍ବ ଘଟିପାରେ ବୋଲି ମନ୍ତ୍ରୀ କହିଛନ୍ତି। ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ୨୦୨୧ର ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ଚନ୍ଦ୍ରଯାନ-୩ ମହାକାଶକୁ ପ୍ରେରଣ କରିବ। ଚନ୍ଦ୍ରଯାନ-୩ର ଗଠନ, କ୍ଷମତା ଏବଂ ବିନ୍ୟାସ ସମ୍ପର୍କରେ ଉଚ୍ଚତର ଗବେଷଣା ଜାରି ରହିଛି। ସେହିଭଳି ‘ଗଗନଯାନ’ ପ୍ରକଳ୍ପର ଅଗ୍ରଗତି ବାବଦରେ ମାଇକ୍ରୋଗ୍ରାଭିଟି ସମ୍ପର୍କିତ ୪ ଜୈବିକ ଓ ୨ ଭୌତିକ ବିଜ୍ଞାନ ଗବେଷଣା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର