୨୦୨୨ରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରିବ ଇସ୍ରୋ: କେ ଶିବନ

ନୂଆଦିଲ୍ଲୀ: ଜୁଲାଇ ୨୦୧୯ ରେ ଚନ୍ଦ୍ରଯାନ ୨ର ଉତକ୍ଷେପଣ ପରେ ୨୦୨୦ ଏପ୍ରିଲରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରିବା ନେଇ ଯୋଜନା କରିଥିଲା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)। ହେଲେ କରୋନା ମହାମାରୀ ପାଇଁ ଏହା ସମ୍ଭବ ହୋଇପାରିନଥିଲା। ଏବେ  ଭାରତର ଚନ୍ଦ୍ରକୁ ଯିବାର ତୃତୀୟ ମିଶନ ଚନ୍ଦ୍ରଯାନ-୩ ୨୦୨୨ରେ ଲଞ୍ଚ କରାଯିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ କେ.ଶିବନ। କରୋନା ଲକଡାଉନ୍ ପାଇଁ ଇସ୍ରୋର ଚନ୍ଦ୍ରଯାନ-୩ ସମେତ ୨୦୨୦ର ଶେଷ ଭାଗରେ ଉତକ୍ଷେପଣ ହେବାର ଯୋଜନା ଥିବା ଦେଶର ପ୍ରଥମ ମାନବରହିତ ମହାକାଶ ଅଭିଯାନ ଗଗନଯାନର ଉତକ୍ଷେପଣ କାମ ମଧ୍ୟ ଅଟକି ରହିଛି।

ଇସ୍ରୋ ମୁଖ୍ୟ କେ.ଶିବନଙ୍କ ମୁତାବକ, “ଆମେ ଏହା ଉପରେ କାର୍ଯ୍ୟ କରୁଛୁ। ଚନ୍ଦ୍ରଯାନ-୨ ଭଳି ଚନ୍ଦ୍ରଯାନ-୩ରେ ଲ୍ୟାଣ୍ଡର ଏବଂ ରୋଭର ରହିବ। ଚନ୍ଦ୍ରଯାନ-୨ ଭଳି ଚନ୍ଦ୍ରଯାନ-୩ର ମଧ୍ୟ ସୂକ୍ଷ୍ମ ଅବତରଣ ଉଦ୍ୟମ କରାଯିବ। ହେଲେ ଚନ୍ଦ୍ରଯାନ-୩ର କକ୍ଷପଥ ରହିବ ନାହିଁ। ଚନ୍ଦ୍ରଯାନ-୨ ସମୟରେ ଲଞ୍ଚ କରାଯାଇଥିବା କକ୍ଷପଥ ଚନ୍ଦ୍ରଯାନ-୩ ପାଇଁ ବ୍ୟବହୃତ ହେବ। ଚନ୍ଦ୍ରଯାନ-୩କୁ ପ୍ରାୟତଃ ୨୦୨୨ରେ ଉତକ୍ଷେପଣ କରାଯିବ ବୋଲି କେ.ଶିବନ କହିଛନ୍ତି।

Image result for chandrayan-3
EurAsian Times

ଏହା ସହ ଆସନ୍ତା ଡିସେମ୍ବରରେ ମାନବରହିତ ମହାକାଶ ଅଭିଯାନ ଗଗନଯାନର ଉତକ୍ଷେପଣ ପାଇଁ ଇସ୍ରୋ ପ୍ରସ୍ତୁତ ହେଉଥିବା କହିଛନ୍ତି କେ.ଶିବନ।

ସମ୍ବନ୍ଧିତ ଖବର