ନୂଆଦିଲ୍ଲୀ: ଶେଷରେ ସେହି ମୁହୂର୍ତ୍ତ ଆସିଛି, ଯେଉଁଥିପାଇଁ ଭାରତୀୟମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ପ୍ରଥମ ଭିଡିଓ ପ୍ରକାଶ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ), ଯେଉଁଥିରେ ରୋଭର କେଉଁଭଳି ଭାବେ ଚାନ୍ଦରେ ପହଞ୍ଚିଛି ତାହା ଦେଖିବାକୁ ମିଳିଛି।

Advertisment

ଇସ୍ରୋ ଚନ୍ଦ୍ରପୃଷ୍ଠରୁ ଭାରତର ଲ୍ୟାଣ୍ଡର ବିକ୍ରମ ଏବଂ ପ୍ରଜ୍ଞାନ ରୋଭରଙ୍କ ପ୍ରଥମ ସେଲଫିକୁ ଏକ୍ସରେ ସେୟାର୍‌ କରିଛି। ପ୍ରଜ୍ଞାନ ରୋଭର କଇଁଛ ଭଳି ମନ୍ଥର ବେଗରେ ଗତି କରୁଥିବା ବେଳେ ବିକ୍ରମ ଲାଣ୍ଡର ଏହି ମୁହୂର୍ତ୍ତର ସେଲ୍‌ଫି ନେଇଛି।

ଏକ୍ସରେ ଏକ ଭିଡିଓ ସେୟାର କରି ଇସ୍ରୋ ଲେଖିଛି, "ଚନ୍ଦ୍ରଯାନ-୩ର ରୋଭର ଲ୍ୟାଣ୍ଡରରୁ ବାହାରି ଏହିଭଳି ଭାବେ ଚନ୍ଦ୍ର ଆଡ଼କୁ ଯାଉଛି।" ଏହାପୂର୍ବରୁ ଇସ୍ରୋ ଚନ୍ଦ୍ର ଉପରେ ‘ଟଚ୍ ଡାଉନ’ର ଏକ ଭିଡିଓ ଜାରି କରିଥିଲା। ଏହି ଭିଡିଓରେ ବିକ୍ରମ ଲାଣ୍ଡର୍ ଚନ୍ଦ୍ରପୃ‌ଷ୍ଠକୁ ସ୍ପର୍ଶ କରିବା ପୂର୍ବରୁ କ୍ଲିକ୍ କରିଥିଲା।  ୨ ମିନିଟ୍ ୧୭ ସେକେଣ୍ଡର ଏହି ଭିଡିଓକୁ ବହୁଳମା‌ତ୍ରାରେ ଲୋକ ଦେଖିଥିଲେ।

ଇସ୍ରୋ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛି ଯେ ପ୍ରଜ୍ଞାନ ରୋଭରର ସମସ୍ତ କାର୍ଯ୍ୟକଳାପ ଠିକ୍ ସମୟରେ ଘଟୁଛି। ପୂରା ସିଷ୍ଟମ୍ ସ୍ବାଭାବିକ ଭାବରେ କାମ କରୁଛି। ଆପଣ ଜାଣିଥିବେ ହୁଏତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଗ୍ରିସ୍‌ ଗସ୍ତ ପରେ ସିଧାସଳଖ ବାଙ୍ଗାଲୋର ଯିବେ ଏବଂ ମିସନ ‘ଚନ୍ଦ୍ରଯାନ-୩’ ଦଳକୁ ଭେଟିବେ। ସେଠାରେ ପହଞ୍ଚି ମୋଦୀ ମିସନର ସଫଳତା ପାଇଁ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବେ।