ନୂଆଦିଲ୍ଲୀ: ଚନ୍ଦ୍ରୟାନ-୩ ମିସନ ୨୦୨୧ରେ ଲଞ୍ଚ ହେବାର ଥିଲା, କିନ୍ତୁ କୋଭିଡ୍-୧୯ ଯୋଗୁ ଏଥିରେ ବିଳମ୍ବ ଘଟିଛି। ଭାରତର ପ୍ରଥମ ଚନ୍ଦ୍ରୟାନ ୨୦୦୮ରେ ଉତ୍କ୍ଷେପିତ ହୋଇଥିଲା। ଭାରତର ଦ୍ବିତୀୟ ଚନ୍ଦ୍ର ଅଭିଯାନର ଶେଷ ପର୍ଯ୍ୟାୟରେ ମିଳିଥିବା ବିଫଳତାର ପ୍ରାୟ ଦୁଇବର୍ଷ ପରେ ଭାରତୀୟ ମହାକାଶ ଓ ଗବେଷଣା ସଂସ୍ଥା (ଇସ୍ରୋ) ଆସନ୍ତା ଅଗଷ୍ଟ ମାସରେ ଚନ୍ଦ୍ରୟାନ-୩ ଉତ୍କ୍ଷେପଣ ସହ ଏହାର ତୃତୀୟ ଚନ୍ଦ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛି ବୋଲି ମହାକାଶ ଗବେଷଣା ପ୍ରତିଷ୍ଠାନ ଏବଂ ମହାକାଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବୁଧବାର କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଡ. ଜିତେନ୍ଦ୍ର ସିଂହ କହିଛନ୍ତି, ଚନ୍ଦ୍ରୟାନ ୨ର ଅଭିଜ୍ଞତା ତଥା ଜାତୀୟ ସ୍ତରୀୟ ବିଶେଷଜ୍ଞମାନଙ୍କ ଦଗ୍ଦର୍ଶନକୁ ସମ୍ବଳ କରି ଚନ୍ଦ୍ରୟାନ-୩ର ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ଏହା ଆସନ୍ତା ଅଗଷ୍ଟ ମାସରେ ମହାକାଶକୁ ଛଡ଼ାଯିବ। ଏଥି ସହ ୨୦୨୨ ଜାନୁଆରିରୁ ଡିସେମ୍ବର ମଧ୍ୟରେ ଇସ୍ରୋ ଅନ୍ୟ ୧୯ଟି ମିସନ ଆରମ୍ଭ କରିବାକୁ ଯାଉଛି ବୋଲି ମନ୍ତ୍ରୀ କହିଥିଲେ। ସେଥି ମଧ୍ୟରେ ଅଛି ୮ଟି ଲଞ୍ଚ ଭେହିକ୍ଲ ମିସନ, ୭ଟି ସ୍ପେସ୍କ୍ରାଫ୍ଟ ମିସନ ଏବଂ ୪ଟି ଟେକ୍ନୋଲୋଜି ଡିମୋନ୍ଷ୍ଟ୍ରେଟର ମିସନ। ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ଓ କ୍ରାଫ୍ଟ ନିର୍ମାଣରେ ପ୍ରାୟ ୨୫୦ କୋଟି ଖର୍ଚ୍ଚ ହୋଇଥିବା ବେଳେ ଏହାର ଉତ୍କ୍ଷେପଣ ପାଇଁ ପ୍ରାୟ ୩୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।
ଚନ୍ଦ୍ରୟାନ-୩ ଅଗଷ୍ଟରେ ଉତ୍କ୍ଷେପଣ ହେବ; ୨୦୨୨ରେ ଇସ୍ରୋର ୧୯ ମିସନ
/sambad/media/post_attachments/wp-content/uploads/2022/02/fshf4s6f5h4f6h54fhs65sfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)