ବେଙ୍ଗାଲୁରୁ: ଭାରତର ତୃତୀୟ ଚନ୍ଦ୍ର ମିସନ ଚନ୍ଦ୍ରଯାନ-୩ ତିନିଦିନ ମଧ୍ୟରେ ଚନ୍ଦ୍ର ପୃଷ୍ଠରେ ପ୍ରଥମ ନରମ ଅବତରଣ ପାଇଁ ପ୍ରସ୍ତୁତ ହେଉଛି। ରବିବାର ସକାଳେ ଏହି ମିସନର ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ୍ (ଗତିବେଗ ହ୍ରାସ) ସଫଳତାର ସହ ସମ୍ପାଦନ କରାଯାଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୂଚନା ଦେଇଛି। ଏହାପରେ ଚନ୍ଦ୍ରଯାନ-୩ର ଆଭ୍ୟନ୍ତରୀଣ ଯାଞ୍ଚ କରାଯିବ ଏବଂ ଅଗଷ୍ଟ ୨୩ରେ ଏହା ଚନ୍ଦ୍ରରେ ଅବତରଣ କରିବ ବୋଲି ଆଶା କରାଯାଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp