ଚନ୍ଦ୍ରର ତୃତୀୟ କକ୍ଷରେ ପହଞ୍ଚିଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ଚଢିଛି ଆଉ ଗୋଟିଏ ପାହାଚ । ଆଜି ସକାଳ ୯ଟା ୪ରେ ଚନ୍ଦ୍ରର ତୃତୀୟ କକ୍ଷପଥରେ ପହଞ୍ଚିଛି ଭାରତର ଏହି ମହାକାଶଯାନ । ଆସନ୍ତା ଦୁଇ ଦିନ ଧରି ଏହି କକ୍ଷପଥରେ ବୁଲିବ ଚନ୍ଦ୍ରଯାନ-୨ । ଏହା ପରେ ଅଗଷ୍ଟ ୩୦ ତାରିଖରେ ଚତୁର୍ଥ କକ୍ଷପଥରେ ଏହି ମହାକାଶଯାନ ଅବସ୍ଥାପିତ ହେବ । ପରେ ସେପ୍ଟେମ୍ବର ୧ ତାରିଖରେ ପଂଚମ କକ୍ଷ ପଥରେ ଅବସ୍ଥାପିତ ହେବ । ଏହା ପରେ ୨ ତାରିଖରେ ଚନ୍ଦ୍ରଯାନ-୨ରୁ ଅଲଗା ହେବ ଲାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ।

Image Courtesy of India Today

ଲାଣ୍ଡର ରୋଭର ସହ ଚନ୍ଦ୍ର ଆଡକୁ ଖସିବା ଆରମ୍ଭ କରିବ । ୩ ତାରିଖରେ ବିକ୍ରମ ଲାଣ୍ଡରର ଅବସ୍ଥା ଯାଂଚ କରାଯିବ । ୩୦ ସେକେଣ୍ଡ ପାଇଁ ଏହାର ଇଂଜିନ ଚାଲୁ କରାଯିବ ଏବଂ କକ୍ଷରେ ସାମାନ୍ୟ ପରିବର୍ତ୍ତନ କରାଯିବ । ଏହାପରେ ୪ ତାରିଖରେ ଚନ୍ଦ୍ରର ସବୁଠୁ ନିକଟ ଅବସ୍ଥାକୁ ଆସିବ ଲାଣ୍ଡର । ଶେଷରେ ୭ ତାରିଖରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି ଦିନ ଚନ୍ଦ୍ର ମାଟି ଛୁଇଁବ ଲାଣ୍ଡର ବିକ୍ରମ । ଏହାର ୨ ଘଂଟା ପରେ ରୋଭର ପ୍ରଜ୍ଞାନ ଲାଣ୍ଡରରୁ ବାହାରି ଚନ୍ଦ୍ର ପୃଷ୍ଠରେ ଗତି କରିବ ।

ସମ୍ବନ୍ଧିତ ଖବର