୨୦ରେ ଚନ୍ଦ୍ରର ନିକଟବର୍ତ୍ତୀ ହେବ ଚନ୍ଦ୍ରଯାନ-୨

ବେଙ୍ଗାଲୁରୁ: ଚନ୍ଦ୍ର ଅଭିମୁଖେ ଗତ ୨୨ ତାରିଖରୁ ଯାତ୍ରା ଆରମ୍ଭ କରିଥିବା ଚନ୍ଦ୍ରଯାନ-୨ ପ୍ରେରଣର ଅଭିଯାନ ଠିକ୍ ରହିଛି। ଆସନ୍ତା ୨୦ ତାରିଖରେ ଏହା ଚନ୍ଦ୍ରର ନିକଟରେ ପହଞ୍ଚିବ ଏବଂ ସେପ୍ଟେମ୍ବର ୭ ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ନେଇ ଆଶା କରାଯାଉଛି ବୋଲି ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍ ଆଜି ସୂଚନା ଦେଇଛନ୍ତି। ଚନ୍ଦ୍ରଯାନ-୨ର ଯାତ୍ରା ସୂଚୀ ଠିକ୍ ରହିଛି। ଅଗଷ୍ଟ ୧୪ ତାରିଖରେ ଇସ୍ରୋ ପକ୍ଷରୁ ଟ୍ରାନ୍ସ ଲୁନାର ଇଞ୍ଜେକସନ କାଯାର୍୍ୟ କରାଯିବ। ଏହାଦ୍ବାରା ଚନ୍ଦ୍ରଯାନ ୨ ପୃଥିବୀ ଛାଡ଼ି ଚନ୍ଦ୍ର ଅଭିମୁଖେ ଯିବ ବୋଲି ଶିବନ୍ କହିଛନ୍ତି।

ସମ୍ବନ୍ଧିତ ଖବର