ବଦଳିବେ ଗୋଆ ମୁଖ୍ୟମନ୍ତ୍ରୀ: ପାରିକରଙ୍କ ବିକଳ୍ପ ଖୋଜୁଛି ବିଜେପି

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ଥାନରେ ନୂଆ ନେତା ଚୟନ କରିବା ପାଇଁ ବିଜେପି ଖୁବ୍‌୍‌ଶୀଘ୍ର ପ୍ରୟାସ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ପାରିକର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଙ୍କୁ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ସଂପର୍କରେ ଅବଗତ କରାଇବା ସହ ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ଶ୍ରେୟସ୍କର ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ସୋମବାର ଗୋଆ ଯାଇ ବିହୀତ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି। ଗୋଆରେ ମେଣ୍ଟ ସରକାର ଥିବାରୁ ବିଜେପି ପାଇଁ ନୂଆ ନେତା ଚୟନ ଏତେ ସହଜ ହେବନାହିଁ। ପାରିକର ଗତ ସପ୍ତାହରେ ଆମେରିକାରୁ ଚିକିତ୍ସିତ ହୋଇ ଫେରିବା ପରେ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି ଏବଂ ତାଙ୍କୁ ଉତ୍ତର ଗୋଆର କାଣ୍ଡୋଲିମ୍‌ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର