ଭିଡ଼ହିଂସା ନିୟନ୍ତ୍ରଣ ପାଇଁ ଆଇପିସିରେ ସଂଶୋଧନ ହେବ

ନୂଆଦିଲ୍ଲୀ: ଦେଶରେ ଭିଡ଼ହିଂସା ଜନିତ ମୃତ୍ୟୁ ଘଟଣା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ ପାଇଁ ଭାରତୀୟ ଆଚାର ସଂହିତା (ଆଇପିସି)ରେ ସଂଶୋଧନ ଆଣିବା ଲାଗି ବିଚାର କରୁଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟତଃ ରାଜ୍ୟଗୁଡ଼ିକ କିଭଳି ସ୍ୱାଧୀନ ଭାବେ ଏଭଳି ଘଟଣାକୁ ନିୟନ୍ତ୍ରଣ କରିବେ, ସେଥିପାଇଁ ଏକ ମଡେଲ୍‌ ଆଇନ ପାଇଁ ଚିଠା ତିଆରି କରିବାକୁ ବିଚାର କରାଯାଉଛି। ଯଦି ଆଇପିସି ସଂଶୋଧନ ହୁଏ, ତେବେ ଭିଡ଼ହିଂସା ପାଇଁ ଏକ ସ୍ୱତନ୍ତ୍ର ଆଇନ ଆସିବ ନାହିଁ। ତେବେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବା ଲାଗି ଅଧିକ ସମୟ ନେଇପାରନ୍ତି ବୋଲି ଅଧିକାରୀ ଜଣକ ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ କିଛିମାସ ଧରି ଦେଶରେ ଭିଡ଼ହିଂସା ଘଟଣା ବଢ଼ିବାରେ ଲାଗିଛି। କେତେବେଳେ ଗୋରକ୍ଷା ନାମରେ ଭିଡ଼ହିଂସା ଘଟୁଥିବା ବେଳେ କେତେବେଳେ ପିଲାଚୋର ସନ୍ଦେହରେ ଲୋକଙ୍କ ଜୀବନ ହାନି ଘଟୁଛି। ଗତ ଶୁକ୍ରବାର ଦିନ ଗୋଚାଲାଣ ସନ୍ଦେହରେ ରାଜସ୍ଥାନରେ ଜଣେ ଲୋକଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର