ପାୱାର ସିଷ୍ଟମ୍ ଅପରେସନ୍ କର୍ପୋରେସନ ନାମ ବଦଳିଲା

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଗ୍ରୀଡ୍ ଅପରେଟର ‘ପାୱାର ସିଷ୍ଟମ୍ ଅପରେସନ କର୍ପୋରେସନ ଲିମିଟେଡ୍ (ପୋସୋକୋ)’ ର ନାମକୁ ପରିବର୍ତ୍ତନ କରାଯାଇ ‘ଗ୍ରିଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଲିମିଟେଡ୍‌’ କରାଯାଇଛି । ଭାରତୀୟ ବିଦ୍ୟୁତ୍ ଗ୍ରୀଡ୍‌ର ଅଖଣ୍ଡତା, ନିର୍ଭରଯୋଗ୍ୟତା, ମିତବ୍ୟୟିତା, ନମନୀୟତା ଏବଂ ପରିପୋଷଣୀୟ କାର୍ଯ୍ୟକଳାପକୁ ସୁନିଶ୍ଚିତ କରିବା ନିମନ୍ତେ ଗ୍ରିଡ୍ ପରିଚାଳକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିଫଳିତ କରିବା ଉଦ୍ଦେଶ୍ୟରେ ନାମରେ ପରିବର୍ତ୍ତନ କରାଯାଇଛି ।

ଗ୍ରିଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଲିମିଟେଡ୍‌’ ନାମ ପରିବର୍ତ୍ତନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ସାରା ଦେଶରେ ରାଷ୍ଟ୍ରୀୟ ଏବଂ ଆଞ୍ଚଳିକ ସ୍ତର ଗୁଡ଼ିକରେ ଗ୍ରୀଡ୍ ପରିଚାଳକ ମାନଙ୍କ ଦ୍ୱାରା ସମ୍ପାଦନ କରା ଯାଉଥିବା କାର୍ଯ୍ୟ ଗୁଡ଼ିକୁ ବର୍ଣ୍ଣନା କରିଥାଏ ବୋଲି କହିଛନ୍ତି ଗ୍ରିଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଏସ୍‌. ଆର୍‌. ନରସିହ୍ମନ୍ ।

‘ଗ୍ରିଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଲିମିଟେଡ୍ (ଗ୍ରୀଡ୍‌-ଇଣ୍ଡିଆ)’ ନ୍ୟାସନାଲ ଲୋଡ୍ ଡେସପ୍ୟାଚ୍ ସେଣ୍ଟର (ଏନଏଲଡିସି) ଏବଂ ପାଞ୍ଚ ଗୋଟି (୫) ଆଞ୍ଚଳିକ ଲୋଡ୍ ଡେସପ୍ୟାଚ୍ ସେଣ୍ଟର (ଆରଏଲଡିସି) ଗୁଡ଼ିକୁ ପରିଚାଳିତ କରିଥାଏ । ଗ୍ରିଡ୍‌-ଇଣ୍ଡିଆ ମଧ୍ୟ ଶକ୍ତି କ୍ଷେତ୍ରରେ ସବୁଜ ଶକ୍ତି ମୁକ୍ତ ଉପଲବ୍ଧତା ପୋର୍ଟାଲ (ଗ୍ରିନ୍ ଏନର୍ଜି ଓପନ ଆକସେସ୍ ପୋର୍ଟାଲ), ପୁନର୍ନବୀକରଣୀୟ ଶକ୍ତି ପ୍ରମାଣ ପତ୍ର (ଆରଇସି) ବ୍ୟବସ୍ଥା ଆଦି ପାଇଁ ଶୀର୍ଷ ମାନ୍ୟତାପ୍ରାପ୍ତ ଏଜେନ୍ସି।

ସମ୍ବନ୍ଧିତ ଖବର