ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅନଲାଇନ ଧର୍ମାନ୍ତରୀକରଣ ରୢାକେଟର ପର୍ଦ୍ଦାଫାସ ହୋଇଛି। ଗାଜିଆବାଦ ପୁଲିସ ଏହି ରୢାକେଟର ପର୍ଦ୍ଦାଫାସ କରିଛି ଏବଂ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଉକ୍ତ ଅଭିଯୁକ୍ତ ହେଉଛି ଗାଜିଆବାଦ ବାସିନ୍ଦା ଅବଦୁଲ ରେହମାନ। ପୁଲିସ ଉକ୍ତ ମାମଲାରେ ଏବେ ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜୁଛି। ପୁଲିସ ସୂଚନାନୁଯାୟୀ ରେହମାନ ୨ ହିନ୍ଦୁ ବାଳକ ଏବଂ ଜଣେ ଜୈନ ବାଳକଙ୍କର ଧର୍ମାନ୍ତରୀକରଣ କରିଛି।
ପୁଲିସ ମଧ୍ୟ ଉକ୍ତ ଘଟଣାରେ କିଛି ଇଲେକ୍ଟ୍ରୋନିକ ପ୍ରମାଣ ଏବଂ ୩ ବାଳକଙ୍କ ଧର୍ମାନ୍ତରୀକରଣ ନେଇ କାଗଜପତ୍ର ଜବତ କରିଛି। ଉଲ୍ଲେଖଯୋଗ୍ୟ ଯେ ମେ’ ୩୦ ତାରିଖରେ କବି ନଗର ଥାନାରେ ଧର୍ମାନ୍ତରୀକରଣ ନେଇ ଏକ ମାମଲା ରୁଜୁ ହୋଇଥିଲା। ୨ ଜଣ ବ୍ୟକ୍ତି ତଥା ଥାନେର ଶାହନୱାଜ ଖାନ୍ ଏବଂ ଅବଦୁଲ ରେହମାନ ବିରୋଧରେ ମାମଲା ରୁଜୁ ହୋଇଥିଲା। ଉକ୍ତ ଘଟଣାର ତଦନ୍ତ ପରେ ଜଣାପଡ଼ିଲା ଯେ ରେହମାନ ୩ ଜଣ ବାଳକଙ୍କର ଧର୍ମାନ୍ତରୀକରଣ କରିଛି। ଶିଶୁ ମାନଙ୍କୁ ଟ୍ରାପ୍ କରିବାପାଇଁ ରେହମାନ ଅନଲାଇନ ଗେମ୍ ବ୍ୟବହାର କରୁଥିଲା ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/arrest-new-indian-express.jpg)