ଆଫଗାନିସ୍ତାନରେ ବଦଳୁଥିବା ପରିସ୍ଥିତି ଭାରତ ପାଇଁ ଆହ୍ବାନ ତଥା ଦେଶର ରଣନୀତି‌ ବିଷୟରେ ପୁନର୍ବିଚାର ପାଇଁ ବାଧ୍ୟ କରୁଛି: ରାଜନାଥ ସିଂହ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବଦଳୁ ଥିବା ପରିସ୍ଥିତି ଭାରତ ପାଇଁ ଗୋଟାଏ ଆହ୍ବାନ। ଅଗଷ୍ଟ ୧୫ରୁ ତାହା ତାଲିବାନ୍‌ ନିୟନ୍ତ୍ରଣକୁ ଯିବା ବେଳୁ ସେଠାରେ ସୃଷ୍ଟି ହୋଇଥିବା ପରିସ୍ଥିତି ଆମ ଦେଶର ରଣନୀତି କଥା ପୁନର୍ବିଚାର ପାଇଁ କେନ୍ଦ୍ର ସରକାରଙ୍କୁ ବାଧ୍ୟ କରୁଛି ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

ତାଙ୍କ ଭାଷାରେ, ଆଫଗାନିସ୍ତାନରେ ବଦଳି ଯାଉଥିବା ପରିସ୍ଥିତି ଆମ ପାଇଁ ଆହ୍ବାନ। ଆମର ରଣନୀତି ସଂକ୍ରାନ୍ତରେ ପୁନର୍ବିଚାର ପାଇଁ ଏହି ପରିସ୍ଥିତି ଆମ ଦେଶକୁ ବାଧ୍ୟ କରିଛି। ଆମେ ଆମ ରଣନୀତି ପରିବର୍ତ୍ତନ କରୁଛୁ ଏବଂ ‘କ୍ବାଡ୍‌’ ଗଠନ ଏହି ରଣନୀତି ଉପରେ ହିଁ ଗୁରୁତ୍ବାରୋପ କରୁଛି।

Image Courtesy of India Today

ସେ ପୁଣି ମଧ୍ୟ କହିଛନ୍ତି, ‘ସମ୍ବନ୍ବିତ ସମର ସଙ୍ଗଠନ’ ଗଠନ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରାଳୟ ଖୁବ୍‌ ଗୁରୁତ୍ବର ସହ ବିଚାର କରୁଛି। ଯୁଦ୍ଧ ସମୟରେ ତ୍ବରିତ ନିଷ୍ପତ୍ତି ଗ୍ରହଣ ଅତି ଗୁରୁତ୍ବପୂର୍ଣ୍ଣ କଥା। ଏହି ସଙ୍ଗଠନ ଖାଲି ତ୍ବରିତ-ନିଷ୍ପତ୍ତି ଗ୍ରହଣ ପାଇଁ ସୁବିଧା କରିବ ନାହିଁ, ‘ସମନ୍ବିତ ସମର ସଙ୍ଗଠନ’ ସଂଖ୍ୟା ବୃଦ୍ଧି କରିବ।

ଆଫଗାନିସ୍ତାନର ସଦ୍ୟତମ ପରିସ୍ଥିତି ସଂକ୍ରାନ୍ତରେ ଶନିବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର