ନୂଆଦିଲ୍ଲୀ : ପଂଜାବ ବିଧାନସଭା ନିର୍ବାଚନ ପାଖେଇ ଆସୁ୍ଥିବା ବେଳେ ଲଢ଼େଇ ଏବେ ଜୋରଦାର ହୋଇଛି। ପଂଜାବରେ ଆମ୍ ଆଦ୍ମୀ ପାର୍ଟି ଏବଂ ଶିରୋମଣି ଅକାଳୀ ଦଳ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। କିନ୍ତୁ କଂଗ୍ରେସ ଏଯାବତ ପ୍ରାର୍ଥୀ ଘୋଷଣା କରିନଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠିଛି। କଂଗ୍ରେସ ଏବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାପାଇଁ ଚାହୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରିପାରୁ ନାହିଁ। ପ୍ରାର୍ଥୀ ଘୋଷଣା କଲେ ଏହାର ପରବର୍ତ୍ତୀ ପ୍ରଭାବ କ’ଣ ରହିବ ତାହା ଚିନ୍ତାକରି କଂଗ୍ରେସ ପ୍ରାର୍ଥୀ ଘୋଷଣା କରୁନାହିଁ। ୨ ଜଣ କଂଗ୍ରେସର ନେତୃତ୍ବ ନେଇପାରିବେନି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଜଳନ୍ଧରରେ ଘୋଷଣା କରିବାପରେ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଚିତ ସିଂହ ଚନ୍ନି ଏବଂ ପିସିସି ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି। ବିଦ୍ରୋହ ଆଶଙ୍କା କରି ରାହୁଲ ଗାନ୍ଧି ଉଭୟ ଚନ୍ନି ଏବଂ ସିଦ୍ଧୁଙ୍କ ଗୋଷ୍ଠୀକୁ ପରାମର୍ଶ ନେଇଛନ୍ତି। କିନ୍ତୁ ପରାମର୍ଶ ଏବଂ ଆଶ୍ବାସନା ସତ୍ତ୍ବେ ପାର୍ଟି ହାଇ କମାଣ୍ଡ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି କିଛି କ୍ୟାବିନେଟ ମନ୍ତ୍ରୀ ଚନ୍ନିଙ୍କୁ ସମର୍ଥନ କରିଛନ୍ତି ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତୁରନ୍ତ ଘୋଷଣା କରିବାପାଇଁ ଚାହିଛନ୍ତି।
ଚନ୍ନି ବନାମ ସିଦ୍ଧୁ: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପାଇଁ ଡରୁଛି କଂଗ୍ରେସ
/sambad/media/post_attachments/wp-content/uploads/2022/02/d465ga4d654ga56gadgda.jpg)