ଚଣ୍ଡୀଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଭୋଟ ଗଣତି ଜାରି ରହିଥିବା ବେଳେ ସେଠାକାର ପ୍ରାରମ୍ଭିକ ଟ୍ରେଣ୍ଡକୁ ନେଇ ଆପ୍ ଓ କଂଗ୍ରେସ ଦଳ ଉତ୍ସାହିତ ଥିବା ପରିଲକ୍ଷିତ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ଉଭୟ ଆସନରେ ଆଗୁଆ ରହିଛନ୍ତି। ଏଣେ ଅମୃତସର ପୂର୍ବ ଆସନରେ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ବି ଆଗୁଆ ରହିଥିବା ଜଣାଯାଇଛି।
ଭୋଟ ଗଣତି ଜାରି ରହିଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ଏବଂ ଆମ ଆଦମି ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ ଗୁରୁଦ୍ୱାରରେ ପହଞ୍ଚି ପ୍ରାର୍ଥନା କରିଛନ୍ତି। ଆପ ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ଚାଲିଥିବା ବେଳେ ଦୁଇ ନେତା ସରକାର ଗଠନକୁ ନେଇ ଆଶାବାଦୀ ଅଛନ୍ତି। ଏଭଳି ପରିସ୍ଥିତିରେ ଭଗୱନ୍ତ ମାନଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଦିଆଯାଇଛି।

Advertisment

Punjab: Bhagwant Mann visits Gurdwara, Jalebi preparation begins at his residence ahead of counting the print

ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ପୂର୍ବରୁ ପ୍ରାର୍ଥନା କରିବା ପାଇଁ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ ଗୁରୁବାର ସକାଳେ ଗୁରୁଦ୍ୱାର ଗୁରୁସାଗର ମସ୍ତୁଆନା ସାହେବଙ୍କ ଦର୍ଶନ କରିଥିଲେ।

ଏହାପରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆମେ ଆଶା କରୁଛୁ ପଞ୍ଜାବର ଲୋକମାନେ ପରିବର୍ତ୍ତନ ଚାହାଁନ୍ତି, ଏଣୁ ସେମାନେ ଆପକୁ ଭୋଟ୍ ଦେଇଛନ୍ତି।
ଆମ ଆଦମି ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନଙ୍କ ବାସଭବନରେ ବିଜୟର ଉତ୍ସବ ମନାଇବା ସକାଶେ ଜିଲାପିର ପ୍ରସ୍ତୁତି ଚାଲିଥିବା ଜଣାଯାଇଛି।
ଏଣେ ଏକଜିଟ୍ ପୋଲ୍ ଅନୁଯାୟୀ ପୂର୍ବାନୁମାନ ଅନୁଯାୟୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ସେ ଶପଥ ଗ୍ରହଣ କରିବାକୁ ଆଶା କରୁଥିବା ବେଳେ ତାଙ୍କ ବାସଭବନକୁ ଫୁଲରେ ସଜାଯାଇଛି।
ଏଣେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ଉଭୟ ଆସନରେ ଆଗୁଆ, ଅମୃତସର ପୂର୍ବ ଆସନରେ ନବଜୋତ ସିଂହ ସିଦ୍ଧୁ ଆଗୁଆ ଥିବା ଜଣାଯାଇଛି। ଚରଣଜିତ୍ ସିଂହ ଚନ୍ନି ଚମକୁର ସାହିବ ଗୁରୁଦ୍ୱାରରେ ପ୍ରାର୍ଥନା କରିଛନ୍ତି।