ଲଣ୍ଡନ: ରବିବାର ଦିନ ଓଭାଲ୍‌ରେ ଅନୁଷ୍ଠିତ ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତ ବନାମ ଅଷ୍ଟ୍ରେଲିଆ ଖେଳ ଦେଖି ଫେରୁଥିବା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଷ୍ଟାଡିୟମ୍‌ ବାହାରେ ଲୋକେ ‘ଚୋର୍‌ ହୈ’ ବୋଲି କହିଛନ୍ତି।

Advertisment

ମାଆ ଲଳିତାଙ୍କ ସହ ମାଲ୍ୟା ଷ୍ଟାଡିୟମ୍‌ ବାହାରକୁ ଆସିବା ପରେ ଲୋକେ ତାଙ୍କୁ ବେଢ଼ି ଯାଇ ‘ଚେର୍‌ ହୈ’ ବୋଲି ସ୍ଲୋଗାନ୍‌ ଦେଇଥିଲେ। ଏ କଥାର କି, ଜବାବ ଦେବେ ବୋଲି ପଚାରଯିବାରୁ ସେ କହିଲେ କି, ମୋ ମାଆର କିଛି କ୍ଷତି ନ ହେଉ, ଏ କଥା ଉପରେ ମୁଁ ଧ୍ୟାନ ଦେଇଛି।
ପୂର୍ବରୁ ଓଭାଲ୍‌ରେ ଭାରତ ବନାମ ଅଷ୍ଟ୍ରେଲିଆ ଖେଳ ଦେଖୁଥିବା ମାଲ୍ୟଙ୍କୁ ପ୍ରତ୍ୟର୍ପଣ ମାମଲା ସଂକ୍ରାନ୍ତରେ ପଚରା ଯାଇଥିବା ପ୍ରଶ୍ନ ଏଡ଼ାଇ ଦେଇଥିଲେ।

publive-image Image Courtesy of Hindustan Times

ସେ କହିଲେ କି, ଖେଳ ଦେଖିବାକୁ ମୁଁ ଏଠାକୁ ଆସିଛି। ଜୁଲାଇ ମାସରେ ପରବର୍ତ୍ତୀ ଶୁଣାଣି ହେବା ପାଇଁ ପ୍ରସ୍ତୁତି ଚାଲିଛି।

ଇଂଲଣ୍ଡର ହୋମ୍‌ ଅଫିସ୍‌ ଏବଂ େଓ୍ଵଷ୍ଟ୍‍ମିନ୍‌ଷ୍ଟର୍‌ କୋର୍ଟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ନିମନ୍ତେ ଆଦେଶ ଦେଇଥିଲେ।