କଂଗ୍ରେସରେ ବିଶୃଙ୍ଖଳା ଚରମରେ ପହଞ୍ଚିଛି: ଅମରିନ୍ଦର

ମିଛୁଆ ନେତା ନିରର୍ଥକ ବୟାନବାଜି ଜାରି ରଖିଛନ୍ତି

ନୂଆଦିଲ୍ଲୀ : ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଆଜି କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଦଳ ଏବେ ଚରମ ବିଶୃଙ୍ଖଳା ଦେଇ ଗତି କରୁଛି ଏବଂ ଦଳର ସଙ୍କଟ ମୁକାବିଲାରେ ନିଜର ବିଫଳତାକୁ ଘୋଡ଼ାଇବାପାଇଁ ଦଳର ନେତାମାନେ ଅର୍ଥହୀନ ବୟାନ ଦେବା ଜାରି ରଖିଛନ୍ତି। ଦଳର ପଂଜାବ ପ୍ରଭାରୀ ହରିଶ ରାୱତ ଏବଂ ବରିଷ୍ଠ ନେତା ରଣଦୀପ ସୂର୍ଯ୍ୟେୱାଲା ଦେଇଥିବା ବୟାନରେ ତାଳମେଳ ରହିନଥିବାରୁ ଅମରିନ୍ଦର ଏଥିରେ ବର୍ଷିଛନ୍ତି। ସୂର୍ଯ୍ୟେୱାଲା ଦାବି କହିଥିଲେ ଯେ, ପଂଜାବ କଂଗ୍ରେସର ୭୯ ବିଧାୟକଙ୍କ ମଧ୍ୟରୁ ୭୮ ଜଣ ଅମରିନ୍ଦରଙ୍କ ଇସ୍ତଫା ଦାବି କରି ଦଳର ହାଇକମାଣ୍ଡ୍‌ଙ୍କ ପାଖକୁ ଚିଠି ଲେଖିଥିଲେ। କିନ୍ତୁ ଏହାର ଦିନକ ପୂର୍ବରୁ ହରିଶ ରାୱତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଅମରିନ୍ଦରଙ୍କ ଇସ୍ତଫା ଦାବି କରି ୪୩ ଜଣ ବିଧାୟକ ହାଇ କମାଣ୍ଡ୍‌ଙ୍କ ପାଖକୁ ଚିଠି ଲେଖିଥିଲେ।

ଏଥିରୁ ଜଣାପଡ଼ୁଛି ଯେ, ସମଗ୍ର ଦଳ ନବଜୋତ ସିଂହ ସିଦ୍ଧୁଙ୍କ ବ୍ୟଙ୍ଗ ନାଟକରେ ପରିପୂର୍ଣ୍ଣ। ଅମରିନ୍ଦର ଏହାକୁ ‘ କମେଡି ଅଫ୍‌ ଏରର୍‌ସ’ (ଗୋଟିଏ ପରିସ୍ଥିତିକୁ ନେଇ ହୋଇଥିବା ଅନେକ ଭୁଲ୍‌) ବୋଲି କହିଛନ୍ତି। ପରବର୍ତ୍ତୀ ସମୟରେ ସେମାନେ ଦାବି କରିବେ ଯେ, ୧୧୭ ଜଣ ବିଧାୟକ aମୋ ବିରୋଧରେ ଲେଖିଛନ୍ତି। ଦଳର ଏବେ ଏଭଳି ଅବସ୍ଥା ଯେ ସଠିକ୍‌ ଭାବେ ମିଛ କହିବାପାଇଁ ବି ସେମାନଙ୍କ ମଧ୍ୟରେ ସମନ୍ବୟ ନାହିଁ। କଂଗ୍ରେସରେ ସମ୍ପୂର୍ଣ୍ଣ ବିଶୃଙ୍ଖଳା ଦେଖାଦେଇଛି ବୋଲି ଅମରିନ୍ଦର କହିଛନ୍ତି।

ସମ୍ବନ୍ଧିତ ଖବର