କଂଗ୍ରେସ ଶାସିତ ରାଜ୍ୟରେ ଦୀପିକାଙ୍କ ‘ଛପାକ୍‌’ ଟ୍ୟାକ୍ସ ଫ୍ରି

ଭୋପାଳ: ଜେଏନ୍‌ୟୁରେ ଆନ୍ଦୋଳନରତ ବାମପନ୍ଥୀ ଛାତ୍ର ସଂଗଠନକୁ ସମର୍ଥନ କରି ଚର୍ଚ୍ଚାରେ ରହିଥିବା ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଫିଲ୍କ୍ ‘ଛପାକ୍‌’ ଏବେ କଂଗ୍ରେସ ଶାସିତ ମଧ୍ୟ ପ୍ରଦେଶ, ଛତିଶଗଡ଼ ଏବଂ ପୁଡ଼ୁଚେରୀରେ ଟ୍ୟାକ୍ସ ଫ୍ରି ଘୋଷିତ ହୋଇଛି। ଶୁକ୍ରବାର ମୁକ୍ତି ଲାଭ କରିବାକୁ ଯାଉଥିବା ଏହି ଫିଲ୍ମକୁ ନେଇ ବିବାଦ ଲାଗି ରହିଥିବା ବେଳେ ବିଜେପି ନେତାମାନେ ଦୀପିକାଙ୍କ ଫିଲ୍ମକୁ ବିରୋଧ କରି ବୟାନ ଦେଉଛନ୍ତି। ଅନ୍ୟପକ୍ଷରେ ଦୀପିକା ବାମପନ୍ଥୀ ଏବଂ କଂଗ୍ରେସ ସମର୍ଥକ ଛାତ୍ର ସଂଗଠନକୁ ସମର୍ଥନ କରିବା ପରେ ଦୀପିକାଙ୍କ ସମର୍ଥନରେ ଏବେ କଂଗ୍ରେସ ତାଙ୍କ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ କହିଛନ୍ତି ଦୀପିକାଙ୍କ ଏହି ଫିଲ୍ମ ସମାଜରେ ଏସିଡ୍‌ ପୀଡ଼ିତାଙ୍କ ପାଇଁ ଏକ ସକରାତ୍ମକ ବାର୍ତ୍ତା ଦେଉଥିବାରୁ ଏହାକୁ ଟ୍ୟାକ୍ସ ଫ୍ରି କରାଯାଇଛି।

ସମ୍ବନ୍ଧିତ ଖବର