‘ଚାର୍‌ ଧାମ ଯାତ୍ରା-୨୦୨୨’: ଏବେ ସୁଦ୍ଧା ୨୦ ତୀର୍ଥଯାତ୍ରୀ ମୃତ

ଡେରାଡୁନ୍‌: ମେ ୩ ତାରିଖରୁ ଆରମ୍ଭ ହୋଇଥିବା ‘ଚାର୍‌ ଧାମ ଯାତ୍ରା’ରେ ଏବେ ସୁଦ୍ଧା ୨୦ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟି ସାରିଲାଣି। ଉତ୍ତରଖଣ୍ଡର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଧିକାଂଶ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୃଦ୍‌ଘାତ ଓ ହାଇପୋକ୍ସିଆ ହେତୁ ହୋଇଛି।

ଏହି ତୀର୍ଥଯାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣ ୟମୁନାତ୍ରୀ ଏବଂ ଗଙ୍ଗୋତ୍ରୀ ଧାମରେ ମୃତ୍ୟୁବରଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ନେପାଳୀ ଶ୍ରମିକ ବି ଥିଲେ। ଅନ୍ୟ ୫ ତୀର୍ଥଯାତ୍ରୀ କେଦାରାନାଥ ଓ ବଦ୍ରିନାଥରେ ମୃତ୍ୟୁବରଣ କରିଛନ୍ତି।

 

ତୀର୍ଥଯାତ୍ରୀମାନଙ୍କର ଏପରି ମୃତ୍ୟୁ ଆୟୋଜକ ଏବଂ ପ୍ରଶାସନର ଚିନ୍ତାର କାରଣ ପାଲଟିଛି। ତୀର୍ଥଯାତ୍ରୀମାନଙ୍କୁ କେଦାରାନାଥ ଓ ୟମୁନାତ୍ରୀ ଧାମ ପାଇଁ ଏକ କଷ୍ଟ ମାର୍ଗ ଦେଇ ଯିବାକୁ ପଡୁଛି। ଏହି ଅଞ୍ଚଳ ଦେଇ ଚାଲିବା ସମୟରେ ଥଣ୍ଡା ହେତୁ ଅମ୍ଳଯାନ କମ୍‌ ରହିଥାଏ। ଯାହାକି ହାଇପୋକ୍ସିଆ, ହୃଦ୍‌ଘାତ, ଉଚ୍ଚ ରକ୍ତଚାପ, ଶ୍ବାସ ଆସି ସମସ୍ୟାର କାରଣ ହୋଇଥାଏ।

ସମ୍ବନ୍ଧିତ ଖବର