ଏହି ବ୍ୟକ୍ତିଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ସୋନୁ, କହିଲେ କାରଣ

ଚଣ୍ଡିଗଡ଼: ଆସନ୍ତା ମାସରେ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ଲଢେଇ | ଏହି ନିର୍ବାଚନରେ ବିଜେପି ୬୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସ ୩୭ଟି ଏବଂ ତୃତୀୟ ସହଯୋଗୀ ଦଳ ଶିରୋମଣି ଅକାଳି ଦଳ ୧୫ଟି ଆସନରୁ ଲଢ଼ିବା ବୋଲି ଜଣାପଡିଛି | ପର୍ଯ୍ୟାୟକ୍ରମେ ବିଭିନ୍ନ ଦଳ ପ୍ରାର୍ଥୀ ଘୋଷଣା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କିଏ ହେବ ତା’ଉପରେ ଏବେ ସମସ୍ତଙ୍କ ନଜର | ତେବେ ଏମଧ୍ୟରେ ବଲିଉଡ ଅଭିନେତା ତଥା କରୋନା ମହାମାରୀ ସମୟରେ ଅସହାୟଙ୍କ ସାହା ହୋଇଥିବା ସୋନୁ ସୁଦ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ସେ ବିଷୟରେ କହିଛନ୍ତି |

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ମୁଁ ପଞ୍ଜାବର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଭେଟିଛି, ସେ ଜଣେ ଭଲ ମଣିଷ ଏବଂ ଅନ୍ୟକୁ ହସାଇବାରେ ମାହିର | ଗତ ତିନିମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟ ପ୍ରଶଂସନୀୟ | କିନ୍ତୁ ରାଜ୍ୟ ପାଇଁ ଅଧିକ କିଛି କରିବା ପାଇଁ ତାଙ୍କୁ ସମୟ ମିଳିନାହିଁ | ଦାୟିତ୍ୱ ମିଳୁ ମିଳୁ ନିର୍ବାଚନ ଆସିଗଲା | ଏଭଳି ସ୍ଥିତିରେ ପଞ୍ଜାବବାସୀ ତାଙ୍କୁ ଆଉ ଏକ ସୁଯୋଗ ଦେବା ଦରକାର | ଆଉ ଏକ ସୁଯୋଗ ମିଳିଲେ ସେ ବହୁତ କାମ କରିପାରିବେ |

ସମ୍ବନ୍ଧିତ ଖବର