ୟାଙ୍ଗୁନ: ବିଦେଶରେ ଚମକିଲା ଭାରତର ଐତିହ୍ୟ। ବିଦେଶୀ ଦେଖିଲେ ଚାରିଧାମ ଓ ବୋଧଗୟାର ଝଲକ। ଓଡ଼ିଆ ପୁଅ ଡ଼ା. ସିତଳ କୁମାର ପାଲବାବୁଙ୍କ ନେତୃତ୍ୱରେ ସଫଳ ଭାବେ ଆୟୋଜିତ ହେଲା କାର୍ଯ୍ୟକ୍ରମ। ଭାରତ ଓ ମ୍ୟାମାର ମଧ୍ୟରେ ଦୀର୍ଘକାଳୀନ ସଭ୍ୟତାମୂଳକ, ସାମାଜିକ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ଉଭୟ ଦେଶର ଗଭୀର ଆଧ୍ୟାତ୍ମିକ ବନ୍ଧନକୁ ପୁନର୍ଜୀବନ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମ୍ୟାମାରରେ ଥିବା ଇଣ୍ଡିଆ ସମାଜ, Swami Vibekananda Cultural Center, Embassy of India in Myanmar ପକ୍ଷରୁ ୟାଙ୍ଗୁନରେ ଚାରିଧାମ ଦର୍ଶନ ଓ ବୋଧଗୟା ଦର୍ଶନ ୨୦୨୫” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
/filters:format(webp)/sambad/media/media_files/2025/12/15/chardham-2025-12-15-14-10-11.jpeg)
ମୁଖ୍ୟ ଆକର୍ଷଣ ପାଲଟିଲା ପଞ୍ଚ ପବିତ୍ର ତୀର୍ଥକ୍ଷେତ୍ର
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ଭାରତର ପଞ୍ଚ ପବିତ୍ର ତୀର୍ଥକ୍ଷେତ୍ରର ପ୍ରତୀକାତ୍ମକ ମନ୍ଦିର ସ୍ଥାପନା କରାଯାଇଥିଲା। ପୁରୀର ଜଗନ୍ନାଥ ଧାମ, ଗୁଜରାଟର ଦ୍ୱାରକା ଧାମ, ତମିଲନାଡୁର ରାମେଶ୍ୱରମ୍ ଧାମ, ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ଏବଂ ବିହାରରେ ଥିବା ଭଗବାନ ବୁଦ୍ଧଙ୍କ ଜ୍ଞାନୋଦୟ ସ୍ଥଳ ବୋଧଗୟାର ପ୍ରତୀକାତ୍ମକ ମନ୍ଦିର ସ୍ଥାପନା କରାଯାଇଥିଲା।
/filters:format(webp)/sambad/media/media_files/2025/12/15/chardham-1-2025-12-15-14-11-05.jpeg)
ମ୍ୟାମାରର ଯାଙ୍ଗୁନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ର (SVCC)ରେ, ଭାରତୀୟ ଦୂତାବାସ ଓ ଭାରତୀୟ ପ୍ରବାସୀଙ୍କ ସହଯୋଗରେ ଆୟୋଜିତ ହୋଇଥିଲା। ମ୍ୟାମାରରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନଙ୍କ ପାଇଁ ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର ଆୟୋଜନ କରାଯାଇଛି।
/filters:format(webp)/sambad/media/media_files/2025/12/15/chardham-2-2025-12-15-14-12-48.jpeg)
ମ୍ୟାମାରରେ ଭାରତର ରାଷ୍ଟ୍ରଦୂତ ଅଭୟ ଠାକୁର ଓ ତାଙ୍କ ସହଧର୍ମିଣୀ ଡ଼ା. ସୁରଭି ଠାକୁର କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିବା ବେଳେ ମ୍ୟାମାରରେ ଅବସ୍ଥାପିତ ଶ୍ରୀଲଙ୍କାର ରାଷ୍ଟ୍ରଦୂତ ପ୍ରଭାସିନୀ ପୋନ୍ନମ୍ପେରୁମା ଅତିଥି ଭାବେ ଯୋଗ ଦେଇଥିଲେ।
/filters:format(webp)/sambad/media/media_files/2025/12/15/chardham-3-2025-12-15-14-13-55.jpeg)
ମ୍ୟାମାରରେ ଥିବା ଇଣ୍ଡିଆ ସମାଜର ଅଧ୍ୟକ୍ଷ ଡ଼ା. ସିତଳ କୁମାର ପାଲବାବୁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସମୁଦାୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
ପ୍ରଶଂସନୀୟ ପଦକ୍ଷେପ: ଅଭୟ ଠାକୁର
ଉଦଘାଟନ ସମାରୋହରେ ରାଷ୍ଟ୍ରଦୂତ ଅଭୟ ଠାକୁର କହିଥିଲେ ଯେ, “ଚାରିଧାମ ଦର୍ଶନ ଏକ ଅତ୍ୟନ୍ତ ପ୍ରଶଂସନୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପ୍ରୟାସ। ଏପରି ପଦକ୍ଷେପ ଭାରତ-ମ୍ୟାନମାର ସମ୍ପର୍କକୁ ଆହୁରି ମଜବୁତ କରିବ।”
"Chardham Darshan" with model representations of sacred pilgrimage sites of Bharat - Badrinath in Uttarkhand, Jagannath Puri in Odisha, Dwarka in Gujarat & Rameswaram in Tamilnadu - alongwith Bodh Gaya, opened at India Centre today. Hundreds of friends & diaspora are visiting it. pic.twitter.com/N88udUHtx5
— India in Myanmar (@IndiainMyanmar) December 13, 2025
ମାଗଣାରେ ଦେଖିପାରିବେ ଲୋକେ
ଡିସେମ୍ବର ୧୩-୧୪ରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଜାନୁଆରି ୨୬ ପର୍ଯ୍ୟନ୍ତ ୟାଙ୍ଗୁନର ଇଣ୍ଡିଆ ସେଣ୍ଟରକୁ ଯାଇ ଲୋକେ ଏହାକୁ ମାଗଣାରେ ଦେଖିପାରିବେ।
ଆହୁରି ପଢ଼ନ୍ତୁ: Internet Service Normal Malkangiri ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ ସେବା ସ୍ବାଭାବିକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/15/chardham-2025-12-15-14-26-46.jpg)