ଦାଉଦ ବିରୋଧରେ ଚାର୍ଜସିଟ୍‌

ନୂଆଦିଲ୍ଲୀ: ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ ଏବଂ ତା’ ଭାଇ ଇକବଲ କସ୍କର ଏବଂ ଅନିଜ୍‌ ଇବ୍ରାହିମ୍‌ ବିରୋଧରେ ଆଜି ଥାନେ ପୁଲିସ ଦାଦାବଟି ଆଦାୟ ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛି। ଜିଲ୍ଲା କୋର୍ଟରେ ଏମାନଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଛି ବୋଲି ଥାନେ ପୁଲିସର ଜଣେ ବରିଷ୍ଠ ଇନ୍ସପେକ୍ଟର କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତବର୍ଷ ଅକ୍ଟୋବର ମାସରେ ପୁଲିସ ଜଣେ ବିଲ୍ଡରଙ୍କ ଅଭିଯୋଗକ୍ରମେ ଦାଉଦ୍‌ର ଭାଇ ଇକବଲ୍‌ କସ୍କର ଏବଂ ତା’ର ଅନ୍ୟ ଗ୍ୟାଙ୍ଗ୍‌ ସଦସ୍ୟମାନଙ୍କ ବିରୋଧରେ ଦାଦାବଟି ଆଦାୟ ଅପରାଧ ନେଇ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର