ବଢିଲା ଲେପ୍ଟନାଣ୍ଟ କର୍ଣ୍ଣେଲ ପୁରୋହିିତ, ସାଧ୍ୱୀ ପ୍ରଜ୍ଞାଙ୍କ ଅଡୁଆ, ମାଲେଗାଁଓ ବିସ୍ଫୋରଣ ମାମଲାରେ ଅଭିଯୋଗ ସାବ୍ୟସ୍ତ

ନୂଆଦିଲ୍ଲୀ : ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟ ମଙ୍ଗଳବାରଦିନ ୨୦୦୮ର ମାଲେଗାଁଓ ବୋମା ବିସ୍ଫୋରଣ ଅଭିଯୁକ୍ତ ଲେପ୍ଟନାଣ୍ଟ କର୍ଣ୍ଣେଲ ପୁରୋହିିତ, ସାଧ୍ୱୀ ପ୍ରଜ୍ଞାଙ୍କ ସମେତ ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ଆତଙ୍କବାଦୀ ଷଡ଼ଯନ୍ତ୍ର, ହତ୍ୟା ଆଦି ମାମଲାରେ ଅଭିଯୋଗ ସାବ୍ୟସ୍ତ କରିଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨ ତାରିଖରେ ହେବ । ଏନଆଇଏ କୋର୍ଟର ସ୍ୱତନ୍ତ୍ର ବିଚାରପତି ବିନୋଦ ପାଦାଲକର ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏନଆଇଏ କୋର୍ଟର ଏହି ରାୟ ପରେ ଲେପ୍ଟନାଣ୍ଟ କର୍ଣ୍ଣେଲ ପୁରୋହିିତ, ସାଧ୍ୱୀ ପ୍ରଜ୍ଞାଙ୍କ ଅଡୁଆ ବଢିଯାଇଛି । ଲେପ୍ଟନାଣ୍ଟ କର୍ଣ୍ଣେଲ ପୁରୋହିିତ, ସାଧ୍ୱୀ ପ୍ରଜ୍ଞାଙ୍କ ବ୍ୟତୀତ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟମାନେ ହେଲେ ମେଜର (ଅବସରପ୍ରାପ୍ତ) ରମେଶ ଉପାଧ୍ୟାୟ, ଅଜିତ ରାହିରକର, ସୁଧାକର ଦ୍ୱିବେଦୀ, ସୁଧାକର ଚତୁର୍ବେଦୀ ଓ ସମୀର କୁଲକର୍ଣ୍ଣି । ବିଚାରପତି ଏହି ରାୟ ଶୁଣାଉଥିବାବେଳେ ଏମାନେ ସମସ୍ତେ କୋର୍ଟରେ ଉପସ୍ଥିତ ଥିଲେ । ଅଭିଯୋଗ ସାବ୍ୟସ୍ତ ପରେ ତାଙ୍କ ବିରୋଧର ଅପରାଧିକ ମାମଲା ଚାଲିବ । ଗତକାଲି ଏହି ଅଭିଯୋଗ ସାବ୍ୟସ୍ତ ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ ବମ୍ବେ ହାଇକୋର୍ଟ ମନା କରିଦେଇଥିଲେ ।

ସମ୍ବନ୍ଧିତ ଖବର