କେଜ୍ରିଓ୍ଵାଲ୍‌ଙ୍କ ବିରୋଧରେ ଚାର୍ଜସିଟ୍‌

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟ ସଚିବ ଅଂଶୁପ୍ରକାଶଙ୍କୁ ମାର୍‌ପିଟ୍‌ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଅଡୁଆ ବଢ଼ିଯାଇଛି। ମାମଲାରେ ଦିଲ୍ଲୀ ପୁଲିସ ପକ୍ଷରୁ ପଟିଆଲା ହାଉସ୍‌ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏଥିରେ କେଜ୍ରିଓ୍ଵାଲ୍‌, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଅନ୍ୟ ୧୧ ଜଣ ବିଧାୟକଙ୍କ ନାମ ରହିଛି। ସମସ୍ତଙ୍କୁ ମାମଲାରେ ଦୋଷୀ ବୋଲି ଦର୍ଶାଯାଇଛି। ସୂତ୍ର ମୁତାବକ, ଏହି ମାମଲାରେ କେଜ୍ରିଓ୍ଵାଲ୍‌ଙ୍କ ତତ୍‌କାଳୀନ ଉପଦେଷ୍ଟା ବି କେ ଜୈନଙ୍କୁ ମୁଖ୍ୟ ସାକ୍ଷୀ ବନାଯାଇଛି।

ସମ୍ବନ୍ଧିତ ଖବର