ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡ଼ୁଆ ବଢିବାରେ ଲାଗିଛି । ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟ ମଙ୍ଗଳବାରଦିନ କହିଛନ୍ତି ଯେ ତାଙ୍କ ବିରୋଧରେ ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା ୫୯ ପୃଷ୍ଠାର ଚାର୍ଜସିଟ ସଂପୂର୍ଣ୍ଣ ଅଛି ।

Advertisment

ଏହା ପୂର୍ବରୁ ଦେଶମୁଖଙ୍କ ଓକିଲ ଦର୍ଶାଇଥିଲେ ଯେ ସିବିଆଇପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ ସଂପୂର୍ଣ୍ଣ ନାହିଁ । ଏହା ସହିତ ଆବଶ୍ୟକ କାଗଜପତ୍ର ଓ ସାକ୍ଷୀଙ୍କ ବୟାନ ସଂଲଗ୍ନ କରାଯାଇନାହିଁ । ଏଣୁ ସିଆରପିସି ବା ଦଣ୍ଡ ପ୍ରକ୍ରିୟା ସହିଂତାର ମାନଦଣ୍ଡକୁ ଏହା ପାଳନ କରୁନାହିଁ । ଏଣୁ ସେମାନଙ୍କୁ ଜାମିନ ଦିଆଯାଉ । କିନ୍ତୁ କୋର୍ଟ ଏହି ଯୁକ୍ତିକୁ ଅଗ୍ରାହ୍ୟ କରିବା ସହ କହିଥିଲେ ଯେ ସିବିଆଇର ଚାର୍ଜସିଟ ସଂପୂର୍ଣ୍ଣ ଅଛି । ସୁପ୍ରିମକୋର୍ଟଙ୍କ ଏକ ରାୟ ଅନୁସାରେ ଯଦି ଏକ ରିପୋର୍ଟ ସିଆରପିସିର ଧାରା ୧୭୩ (୨) ଅନୁସାରେ ସବୁ ଆବଶ୍ୟକତା ପୂରଣ କରୁଥିବ, ତେବେ ଏକ ରିପୋର୍ଟ ଫାଇଲ କରିବାକୁ ତାହା ଯଥେଷ୍ଟ । ଗତ ସୋମବାରଦିନ ସିବିଆଇ କୋର୍ଟ ଅନୀଲ ଦେଶମୁଖଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।

ଏକ ଦୁର୍ନୀତି ମାମଲାରେ ସିବିଆଇ ୨୦୨୧ ଏପ୍ରିଲ ମାସରେ ଅନୀଲ ଦେଶମୁଖଙ୍କୁ ଗିରଫ କରିଥିଲା । ଏହାର କିଛି ମାସ ପରେ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା ଇଡି ଅନୀଲଙ୍କୁ ରିମାଣ୍ଡରେ ଆଣି ଜେରା କରିଥିଲା ।