ନୂଆଦିଲ୍ଲୀ: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସାରା ବିଶ୍ବ ସ୍ତବ୍ଧ ହୋଇଯାଇଛି। ବିଶ୍ବ ନେତାମାାନେ ଏଭଳି ଏକ ଦୁଃଖଦ ସମୟରେ ଭାରତକୁ ଶୋକବାର୍ତ୍ତା ପଠାଇଛନ୍ତି। ବ୍ରିଟେନ ରାଜା ଚାର୍ଲସ ତୃତୀୟ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଟ୍ରେନ୍ ଦୁର୍ଘଟଣା ପାଇଁ ଶୋକ ବାର୍ତ୍ତା ପଠାଇଛନ୍ତି। ରାଜା କହିଛନ୍ତି, ବାଲେଶ୍ବରରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଉଭୟ ମତେ ଏବଂ ମୋ ପତ୍ନୀ ରାଣୀ କାମିଲ୍ଲାଙ୍କୁ ଗଭୀର ଆଘାତ ଦେଇଛି।
ଉକ୍ତ ଘଟଣାରେ ଆମେ ଗଭୀର ଶୋକ ପ୍ରକାଶ କରୁଛୁ ଏବଂ ଦୁର୍ଘଟଣାରେ ପ୍ରାଣ ହାରିଥିବା ସମସ୍ତ ମୃତକଙ୍କ ପରିବାର ସଦସ୍ୟଙ୍କୁ ଆମେ ସମବେଦନା ଜ୍ଞାପନ କରୁଛୁ। ବକିଂହାମ ପ୍ୟାଲେସ ପକ୍ଷରୁ ଏନେଇ ଏକ ବିବୃତି ଜାରି ହୋଇଛି ଏବଂ ଏହି ବିବୃତି ମଧ୍ୟ ରୟାଲ ସୋସିଆଲ ମିଡିଆ ଚ୍ୟାନେଲରେ ପୋଷ୍ଟ କରାଯାଇଛି। ୭୪ ବର୍ଷୀୟ ରାଜା କହିଛନ୍ତି, ଭାରତ ପାଇଁ ତାଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି ଏବଂ ୪୩ ବର୍ଷ ପୂର୍ବେ ସେ ଓଡ଼ିଶା ଆସିଥିବା ସ୍ମୃତିକୁ ମଧ୍ୟ ମନେ ପକାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Charles-III-Send-Condolences-to-President_Thumbnail.jpg)