ଓ୍ବାସିଂଟନ : ଆମେରିକାର କଂଜରଭେଟିଭ କର୍ମୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ଚାର୍ଲି କିର୍କଙ୍କ ହତ୍ୟା ମାମଲାରେ ଏକ ବଡ଼ ମୋଡ଼ ଆସିଛି। ଟ୍ରମ୍ପ ଶୁକ୍ରବାର କହିଛନ୍ତି ଯେ ହତ୍ୟା ଅଭିଯୋଗରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସେ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଧରାଇବାରେ ତାହାର ଜଣେ ନିକଟତର ବ୍ୟକ୍ତି ପୁଲିସକୁ ସୂଚନା ଦେଇଥିଲା ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫକ୍ସ ନ୍ୟୁଜ୍ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି, "ମୁଁ ବହୁତ ଆଶାବାଦୀ ଯେ ଆମେ ସଠିକ୍ ଅଭିଯୁକ୍ତକୁ ଧରିଛୁ। ସେ ହେପାଜତରେ ଅଛି। ଆମେ ଭାବୁଛୁ ଆମେ ଯାହାକୁ ଖୋଜୁଥିଲୁ ତାହାକୁ ଧରିଛୁ।"
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫକ୍ସ ନ୍ୟୁଜ୍ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି, "ମୁଁ ବହୁତ ଆଶାବାଦୀ ଯେ ଆମେ ସଠିକ୍ ଅଭିଯୁକ୍ତକୁ ଧରିଛୁ। ସେ ହେପାଜତରେ ଅଛି। ଆମେ ଭାବୁଛୁ ଆମେ ଯାହାକୁ ଖୋଜୁଥିଲୁ ତାହାକୁ ଧରିଛୁ।" ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଚାର୍ଲି କିର୍କ ହତ୍ୟା ମାମଲାର ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଟାଇଲର ରବିନସନ ଭାବରେ ଚିହ୍ନଟ କରାଯାଇଛି।
ସୂଚନାଯୋଗ୍ୟ ଯେ ଗତ ବୁଧବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ସମୟରେ କିର୍କଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହା ପରେ ଏଫବିଆଇ ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ କରିଥିଲା ଓ ପରେ ପରେ ଅଭିଯୁକ୍ତର ଏକ ଫଟୋ ଜାରି କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/12/new-project-30-2025-09-12-19-37-29.jpg)