ନୂଆଦିଲ୍ଲୀ: ଟ୍ରମ୍ପଙ୍କ ସହଯୋଗୀଙ୍କୁ ହତ୍ୟା । ଆମେରିକାରେ ଗୁଳି କରି ଚାର୍ଲି ର୍କିକଙ୍କୁ ହତ୍ୟା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଥିଲେ ଚାର୍ଲି ର୍କିକ । ତାଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଆମେରିକାରେ ଚହଳ ସୃଷ୍ଟି ହୋଇଛି । କଞ୍ଜରଭେଟିଭ ଆକ୍ଟିଭିଷ୍ଟ ଚାର୍ଲି ର୍କିକଙ୍କୁ ଏକ ଖୋଲା ମଞ୍ଚର କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟାକରାଯାଇଛି । ଭାଷଣ ଦେବା ବେଳେ ତାଙ୍କୁ ହତ୍ୟା କରାଯାଇଛି ।
US President Donald Trump posts, "In honour of Charlie Kirk, a truly Great American Patriot, I am ordering all American flags throughout the United States lowered to half mast until Sunday evening at 6 P.M." https://t.co/nL2iQNRts3pic.twitter.com/U4oSyAuY8E
— ANI (@ANI) September 10, 2025
ତେବେ ୟୁତାହ କଲେଜରେ ଏକ କାର୍ଯ୍ୟକ୍ରମରେ ଚାର୍ଲି ର୍କିକ ଗୁଳି ମାଡ଼ରେ ଟଳିପଡିଛନ୍ତି । ଯାହାକୁ ନେଇ ଆମେରିକାରେ ରାଜନୈତିକ ହିଂସା ଭୟ ବଢିଛି । ୩୧ ବର୍ଷିୟ ଚାର୍ଲି ର୍କିକଙ୍କ ମୃତ୍ୟୁ ନେଇ ଟ୍ରମ୍ପ ଭାଙ୍ଗି ପଡିବା ସହ ମର୍ମାହତ ଅଛନ୍ତି । ସୋସିଆଲ ମିଡିଆରେ ଚାର୍ଲିଙ୍କ ବାବଦରେ ଲେଖି ଦୁଃଖ ପ୍ରକାଶ କରିଛନ୍ତି ଟ୍ରମ୍ପ । ତେବେ ଚାର୍ଲିଙ୍କ ପରିବାର ପ୍ରତି ସମଦେବନା ଜଣାଇ ଚାର୍ଲିଙ୍କୁ ଲଭ ୟୁ ବୋଲି ଲେଖିଛନ୍ତି । ତାସହ ଚାର୍ଲିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଚାଲ୍ରିଙ୍କ ସମାନାର୍ଥେ ଦେଶର ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରବିବାର ସନ୍ଧ୍ଯା ୬ଟା ଯାଏଁ ଦେଶର ସମସ୍ତ ଆମେରିକୀୟ ପତାକା ଅର୍ଦ୍ଧନମିତ ରହିବ ।
ଚାର୍ଲି ର୍କିକ ହେଉଛନ୍ତି ୟୁଥ ଇନ ଆମେରୀକାର ସହପ୍ରତିଷ୍ଠାତା ଏବଂ ସିଇଓ । ୨୦୦ ମିଟର ଦୂର ଏକ ବିଲ୍ଡିଂରୁ ତାଙ୍କୁ ଗୁଳି କରାଯାଇଛି । ରାଜନୈତିକ ହିଂସା ଏବଂ ଗୁଳିକାଣ୍ଡରେ ପଛରେ ଯେଉଁମାନେ ବି ଅଛନ୍ତି କାହାରିଙ୍କୁ ଛଡାଯିବନି ବୋଲି କହିଛନ୍ତି ଟ୍ରମ୍ପ । ଚାର୍ଲି ର୍କିକଙ୍କ ପାଇଁ ଟ୍ରମ୍ପଙ୍କୁ ନିର୍ବାଚନରେ ଯୁବପିଢିଙ୍କ ଅଧିକ ସମର୍ଥନ ମିଳିଥିଲା । ଜଣେ ପୋଡକାଷ୍ଟର ଭାବେ ସେ ଯୁବପିଢିଙ୍କ ମଧ୍ୟରେ ବେଶ୍ ପରିଚିତ ଥିବା ବେଳେ ଟ୍ରମ୍ପଙ୍କ ବିଜୟ ପଛରେ ଥିଲା ଚାର୍ଲିଙ୍କ ବଡ଼ ହାତ । କୁହାଯାଏ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ସହ ସିଏ ଥିଲେ ଡାହାଣ ହାତ ।