ଝିଅ-ଜ୍ୱାଇଁଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ: ବିପଦ କେବେ ଏକାକୀ ଆସେନାହିଁ, ବରଂ ତା’ର ସାଙ୍ଗସାଥୀଙ୍କ ସହ ଆସିଥାଏ ବୋଲି ପ୍ରବାଦ ରହିଛି। ଆର୍‌ଜେଡି ମୁଖ୍ୟ ଲାଲୁପ୍ରସାଦଙ୍କ ପାଇଁ ଏହି ଉକ୍ତି ଅକ୍ଷରେ ଅକ୍ଷରେ ସତ ହୋଇଛି। ଦୁର୍ଦ୍ଦଶା ସତେ ଯେପରି ତାଙ୍କ ପିଛା ଛାଡ଼ିବାକୁ ନାରାଜ। ଏଣେ ଗୋଖାଦ୍ୟ ଦୁର୍ନର୍ୀତି ମାମଲାରେ ଆଜି ତାଙ୍କୁ ସାଢ଼େ ୩ ବର୍ଷ ଜେଲ୍‌ ଦଣ୍ଡ ହୋଇଥିବା ବେଳେ ତେଣେ ତାଙ୍କ ଝିଅ ମିସା ଭାରତୀ ଏବଂ ଜ୍ୱାଇଁ ଶୈଳେଶ କୁମାରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୮୦୦୦ କୋଟି ଟଙ୍କାର କଳାଧନ ହେରଫେର ମାମଲାର ଚାର୍ଜସିଟ୍‌ ଦାଖଲ କରିଛି। ଏହା ହେଉଛି ମିସା ଏବଂ ତାଙ୍କ ସ୍ୱାମୀ ଶୈଳେଶଙ୍କ ବିରୋଧରେ ଇଡିର ଦ୍ୱିତୀୟ ଚାର୍ଜସିଟ୍‌ ଦାଖଲ। ପୂର୍ବରୁ ଗତମାସ ୨୩ ତାରିଖରେ ଉଭୟ ମିସା ଏବଂ ଶୈଳେଶଙ୍କ ସମେତ ଅନ୍ୟମାନଙ୍କ ନାମରେ ଦିଲ୍ଲୀର ପତିଆଲା ହାଉସ୍‌ କୋର୍ଟରେ ଅନ୍ୟ ଏକ କଳାଧନ ହେରଫେର ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଥିଲା। ପ୍ରଥମଟିର ଶୁଣାଣି ଚଳିତ ମାସ ପ୍ରଥମ ସପ୍ତାହରେ ହେବାକୁ ଥିବା ବେଳେ ସଦ୍ୟପ୍ରାପ୍ତ ଖବର ଅନୁଯାୟୀ, ଏହି ଦୁଇଟି ଯାକ ମାମଲାର ଶୁଣାଣି ଆସନ୍ତା ମାସ ୫ ତାରିଖରେ ହେବ।

ସମ୍ବନ୍ଧିତ ଖବର