ଜୟପୁର: ତଳ ସ୍ତରର ସରକାରୀ ଚାକିରିଟିଏ ପାଇଁ ଉଚ୍ଚ ଶିକ୍ଷିତ ଆଶାୟୀମାନେ କିପରି ନୟାନ୍ତ ହେଉଛନ୍ତି ତା’ର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନରେ। ରାଜସ୍ଥାନର ସଚିବାଳୟ ପାଇଁ ନିକଟରେ ୧୮ଟି ଚତୁର୍ଥ ଶ୍ରେଣୀ ପିଅନ ପଦବି ପାଇଁ ଆବେଦନ କରିଥିବା ଆଶାୟୀଙ୍କ ଶିକ୍ଷାଗତ ଯୋଗ୍ୟତା ହିଁ ବୁଦ୍ଧିଜୀବୀମାନଙ୍କୁ ଚକିତ କରିଛି। ମାତ୍ର ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣର ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ କରୁଥିବା ଏହି ପିଅନ ଚାକିରି ପାଇଁ ମୋଟ ୧୨,୪୫୩ ଜଣଙ୍କର ମୌଖିକ ପରୀକ୍ଷା ନିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୩୬୦୦ ଉଚ୍ଚ ଶିକ୍ଷିତ ଥିବା ଜଣାଯାଇଛି। ତେବେ ସେହି ଉଚ୍ଚ ଶିକ୍ଷିତମାନଙ୍କ ମଧ୍ୟରେ ୧,୫୩୩ ଜଣ ସ୍ନାତକ ଡିଗ୍ରିଧାରୀ, ୨୩ ଜଣ ଓକିଲ, ୧୨୯ ଜଣ ଡିଗ୍ରି ଇଞ୍ଜିନିଅର, ୩୯୩ ଜଣ କଳା ଓ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରିଧାରୀ ଏବଂ ୧୦ରୁ ଅଧିକ ଏମ୍ବିଏ ଓ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ରହିଛନ୍ତି।
ପିଅନ୍ ଚାକିରି ପାଇଁ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଆଶାୟୀ
/sambad/media/post_attachments/wp-content/uploads/2018/01/320590-peon-rna-crop.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)