ଶ୍ରୀନଗର: ପ୍ରଥମ ଥର ପାଇଁ ଜମ୍ମୁ- କଶ୍ମୀରର ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ଶ୍ରୀନଗର ସେକ୍ଟରର ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍)ର ଇନ୍ସପେକ୍ଟର ଜେନେରାଲ (ଆଇଜି) ଭାବରେ ଜଣେ ମହିଳା ଆଇପିଏସ୍ ଅଧିକାରୀ ନିଯୁକ୍ତ ହୋଇଛନ୍ତି।
Jk Times
୧୯୯୬ ବ୍ୟାଚ୍ ତେଲେଙ୍ଗାନା କ୍ୟାଡରର ଆଇପିଏସ୍ ଅଧିକାରୀ ଚାରୁ ସିହ୍ନା ବର୍ତ୍ତମାନ ସିଆରପିଏଫ୍ର ଇନ୍ସପେକ୍ଟର ଜେନେରାଲ୍ ଭାବରେ ଶ୍ରୀନଗର ଠାରେ ମୁତୟନ ହେବେ।
ତେବେ, ଆଇପିଏସ୍ ଅଧିକାରୀ ଚାରୁ ସିହ୍ନାଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ; ଯେତେବେଳେ କି ତାଙ୍କୁ ଏପରି ଏକ ଆହ୍ଵାନପୂର୍ଣ୍ଣ କଠିନ ଦାୟିତ୍ୱ ମିଳିଲା; ଏହାପୂର୍ବରୁ ସେ ସିଆରପିଏଫ୍ରେ ନକ୍ସଲ ଅଧ୍ୟୁଷିତ ବିହାର ସେକ୍ଟରର ଆଇଜି ଭାବରେ କାର୍ଯ୍ୟ କରିଥିଲେ ଏବଂ ନକ୍ସଲ ମୁକାବିଲା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ବିଭିନ୍ନ ନକ୍ସଲ ବିରୋଧୀ ଅପରେସନ୍ କରାଯାଇଥିଲା। ପରେ, ତାଙ୍କୁ ଜାମ୍ମୁକୁ ସ୍ଥାନାନ୍ତରିତ କରାଯାଇଥିଲା ଯେଉଁଠାରେ ସେ ଏକ ଦୀର୍ଘ ଏବଂ ସଫଳ କାର୍ଯ୍ୟକାଳ ବିତାଇଥିଲେ। ସୋମବାର ଚାରୁ ସିହ୍ନାଙ୍କୁ ସିଆରପିଏଫ୍ର ଆଇଜି ଭାବେ ଶ୍ରୀନଗର ସେକ୍ଟରରେ ନିଯୁକ୍ତ କରାଯାଇଛି।