ମୁମ୍ବାଇ: ଆଜି ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିରୁ ଗିରଫ ହୋଇଥିବା ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ହେବ। ମୁମ୍ବାଇ ହାଇକୋର୍ଟରେ ଆଜି ଶୁଣାଣି ଥିବା ବେଳେ ଏହା ପୂର୍ବରୁ କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ‌ରେ ପ୍ରକାଶ ପାଇଥିବା ଖବର ମୁତାବକ, ଏନସିବିର ଧମକ ଦେଇ ସାଙ୍ଗମାନଙ୍କୁ ଡ୍ରଗ୍ସ ଆଣିବାକୁ କହୁଥିଲେ ଆରୟନ। କେବଳ ଅନନ୍ୟା ନୁହନ୍ତି ଅନ୍ୟ ୩ଜଣ ବଲିଉଡ ଷ୍ଟାର କିଡଙ୍କ ସହ ଆରୟନ ଡ୍ରଗ୍ସ ବିଷୟରେ ଚାଟ କରିଥିବା ନେଇ ଏନସିବି ଆରୟନଙ୍କ ହ୍ବାଟସଆପ ଚାଟରୁ ଜାଣିପାରିଛି।

Advertisment

ଏନସିବି ହାତରେ ଲାଗିଥିବା ଚାଟରୁ ଜଣାପଡ଼ିଛି ଯେ, ଜୁଲାଇ ୨୦୧୯ରେ ଆରୟନ ଏବଂ ଅନନ୍ୟା କରିଥିବା ଚାଟରେ ଡ୍ରଗ୍ସ ବିଷୟରେ କଥା ହେବା ସହ ଚରସ ବିଷୟରେ କଥା ହୋଇଥିଲେ। ଅନନ୍ୟା ଆରୟନଙ୍କୁ ଚରସର ଚାହିଦା ଅଧିକ ଥିବା କହିବା ସହ ମୁଁ ଏହାକୁ ଗୁପ୍ତରେ ତୁମଠାରୁ ନେଇଯିବି ବୋଲି କହିଥିଲେ ଆରୟନ।

ତେବେ ଆଜିର ଶୁଣାଣି ସମୟରେ ଏନସିବି ଏହି ତଥ୍ୟକୁ ଦେଖାଇ ଆରୟନଙ୍କ ଜାମିନ ଅଟକାଇବାକୁ ଚେଷ୍ଟା କରିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନନ୍ୟାଙ୍କ ପରେ ଅନ୍ୟ ୩ଜଣ ବଲିଉଡ ଷ୍ଟାର କିଡଙ୍କୁ ମଧ୍ୟ ଏନସିବି ସମନ ପଠାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ୩ଜଣ ବଲିଉଡ ଷ୍ଟାର କିଡ କିଏ, ତାହା ସାମ୍ନାକୁ ଆସି ନାହିଁ।