ବେଙ୍ଗାଲୁରୁ ଫାର୍ମ ଆଣିଲା ଶସ୍ତା ଭେଣ୍ଟିଲେଟର, ବିନା ବିଜୁଳିରେ ଚାଲିବ ଏହି ୨୫୦୦ ଟଙ୍କିଆ ଯନ୍ତ୍ର

ନୂଆଦିଲ୍ଲୀ: ସାରା ବିଶ୍ବ ଏବେ ମହାମାରୀ କୋଭିଡ୍–୧୯ ଉପଦ୍ରବରେ ଘାଣ୍ଟି ହେଉଥିବା ବେଳେ ଦିନକୁ ଦିନ ବଢ଼ିଚାଲିଥିବା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଚିନ୍ତାର କାରଣ ହୋଇଛିା ଏଥିପାଇଁ କୌଣସି ଟିକା ଏଯାଏ ବାହାରିନଥିବା ବେଳେ ଆବଶ୍ୟକ ଚିକିତ୍ସା ସୁବିଧା ନପାଇ ଅନେକ ମୃତ୍ୟୁମୁଖରେ ପଡୁଛନ୍ତିା ଗାମ୍ଭୀର୍ଯ୍ୟର ବିଷୟ, ଇଟାଲି, ମେକ୍ସିକୋ ଏବଂ ଆମେରିକା ଭଳି ଦେଶରେ ସଂକଟଜନକ ସ୍ଥିତିରେ ଥିବା କରୋନା ରୋଗୀଙ୍କୁ ଯୋଗାଇଦେବା ପାଇଁ ଆବଶ୍ୟକ ସଂଖ୍ୟକ ଭେଣ୍ଟିଲେଟର ଉପଲବ୍ଧ ହେଉନାହିାଁ ଅବଶ୍ୟ ଏହି ଜଟିଳ ତଥା ବ୍ୟୟସାପେକ୍ଷ ସ୍ବାସ୍ଥ୍ୟ ଉପକରଣର ଏକକାଳୀନ ଏତେ ଚାହିଦା ହେବ ବୋଲି କେହି ଆକଳନ ମଧ୍ୟ କରିପାରିନଥିଲୋ ତେବେ ଏ ପରିପ୍ରେକ୍ଷୀରେ ବେଙ୍ଗାଲୁରୁୁର ଏକ କାରିଗରୀ ସଂସ୍ଥା ଅତି କମ୍ ମୂଲ୍ୟର ଭେଣ୍ଟିଲେଟର ନିର୍ମାଣ କରି ଗରିବ ଦେଶମାନଙ୍କ ପାଇଁ କରୋନା ମୁକାବିଲା ଦିଗରେ ଆଶା ସଂଚାର କରିଛିା ବେଙ୍ଗାଲୁରୁ ସ୍ଥିତ ଡାଇନାମିକ୍ ଟେକ୍ ଦ୍ବାରା ନିର୍ମିତ ଏହି ଭେଣ୍ଟିଲେଟର ବିନା ବିଜୁଳିରେ କାର୍ଯ୍ୟକ୍ଷମ ହୋଇପାରିବ ବୋଲି କୁହାଯାଇଛିା ଏପରିକି ମାତ୍ର ୨,୫୦୦ ଟଙ୍କାରେ ଉପଲବ୍ଧ ଏହି ଯନ୍ତ୍ର ପୃଥିବୀର ସବୁଠୁ ଶସ୍ତା ଭେଣ୍ଟିଲେଟରର ମାନ୍ୟତା ରଖିଛି ବୋଲି ନିତି ଆୟୋଗ ସିଇଓ ଅମିତାଭ କାନ୍ତ ଟ୍ବିଟ୍ କରି କହିଛନ୍ତିା ଆମ ଦେଶ ଏଭଳି ଉପକରଣର ଅପେକ୍ଷା ରଖୁଛି ଏବଂ ବିଶେଷ କରି ଦେଶର ଗ୍ରାମା‌ଞ୍ଚଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ଏଭଳି ସ୍ବାସ୍ଥ୍ୟ ଉପକରଣର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତିା ସୂଚନାଯୋଗ୍ୟ, ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ଏହି ଭେଣ୍ଟିଲେଟରରେ କୌଣସି ଇଲେକ୍‌ଟ୍ରୋନିକ୍ସ ଯନ୍ତ୍ରାଂଶ ଲାଗିନାହିଁ । ବିନା ବିଜୁଳିରେ ଏହା ରୋଗୀ ଶରୀରରେ ଉପଯୁକ୍ତ ଚାପ ଏବଂ ଅମ୍ଳଜାନ ନିୟନ୍ତ୍ରଣ କରିବାରେ ସକ୍ଷମ। ତେବେ ସର୍ବୋପରି ଏହା ଶସ୍ତାରେ ମିଳିପାରୁଥିବାରୁ ସର୍ବତ୍ର ଏହାର ଆଦୃତି ରହିବ ବୋଲି ଶ୍ରୀ କାନ୍ତ ଟ୍ବିଟ୍ କରିଛନ୍ତିା

ସମ୍ବନ୍ଧିତ ଖବର