ବଜେଟ୍‌ ୨୦୨୦ : ସ୍ୱଦେଶୀ ସାମଗ୍ରୀ ଉପରେ ଗୁରୁତ୍ୱ, ମହଙ୍ଗା ହେବ ଆମଦାନୀ ସାମଗ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟରେ ସ୍ୱାଭାବିକ ଭାବେ କେତେକ ପକ୍ଷ ଖୁସିଥିବାବେଳେ ଆଉ କେତେକ ପକ୍ଷ ନିରାଶ ହୋଇଛନ୍ତି । କେତେକ ସାମଗ୍ରୀ ଉପରେ ସୀମାଶୁଳକ ବୃଦ୍ଧି କରାଯିବା ଯୋଗୁଁ ସେଗୁଡ଼ିକ ମହଙ୍ଗା ହେବ ଓ ଆଉ କେତେକ ଉପରେ ସୀମା ଶୁଳକ ଓ ଅନ୍ୟ ଟିକସ ହ୍ରାସ ପାଇବା ଫଳରେ ସେଗୁଡ଼ିକ ଶସ୍ତା ହେବ । ଦେଶର ଶିଳ୍ପ ସଂସ୍ଥାମାନଙ୍କ ଉନ୍ନତି ପାଇଁ ସରକାର ଆମଦାନୀ ହେଉଥିବା ସାମଗ୍ରୀ ଉପରେ ମୁଖ୍ୟତଃ ଟିକସ ବୃଦ୍ଧି କରାଯାଇଛି । ସିଗାରେଟ ଉପରେ ଶୁଳକ ବୃଦ୍ଧି କରାଯାଇଥିବାବେଳେ ଜୋତା,ତମ୍ବାଖୁ ଉତ୍ପାଦ,ଷ୍ଟିଲ ଆଦି ଉପରେ ମଧ୍ୟ ଟିକସ ବୃଦ୍ଧି କରାଯାଇଛି । ସେହିପରି ଛାପାକାଗଜ, ଆଲକହଲ ପାନୀୟ,କ୍ରୀଡ଼ା ସାମଗ୍ରୀ, ଅଶୋଧିତ ଚିନି ଶସ୍ତା ହେବ । ମୁଖ୍ୟତଃ ସରକାରଙ୍କ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ଘରୋଇ ଶିଳ୍ପ ସଂସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା କାରଣରୁ ଆମଦାନୀ ସାମଗ୍ରୀ ମହଙ୍ଗା କରାଯାଇଛି ।

 

ସମ୍ବନ୍ଧିତ ଖବର