ଆପଣଙ୍କ ଡାଟା ଅନ୍ୟ କେହି ବ୍ୟବହାର କରୁନାହାନ୍ତି ତ!

ଆଜିର ସମୟରେ ଇଣ୍ଟରନେଟ୍ ସମସ୍ତଙ୍କ ଆବଶ୍ୟକତା ପାଲଟିଛି | କରୋନା ଯୋଗୁଁ ଏବେ ପ୍ରାୟ ଲୋକମାନେ ଘରୁ କାମ କରୁଛନ୍ତି ଏବଂ ଏହି କାରଣରୁ ଡାଟା ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି | ଘରୁ ଅଫିସ୍ କାର୍ଯ୍ୟ କରିବା ହେଉ ବା ଅନଲାଇନ୍ କ୍ଲାସ, କିମ୍ବା ନିଜ ଲୋକଙ୍କ ସହିତ ଭିଡିଓ କଲିଂ ହେଉ, ଇଣ୍ଟରନେଟ୍ ବିନା ଏହି ସମସ୍ତ କାର୍ଯ୍ୟ ଅସମ୍ଭବ | କରୋନା କାରଣରୁ, ଅନେକ ଲୋକ ଘରୁ କାମ କରୁଛନ୍ତି, ତେଣୁ ବ୍ରଡବ୍ୟାଣ୍ଡ କନେକ୍ସନ ଏବଂ ୱାଇ-ଫାଇ ରାଉଟରର ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି | ଲୋକମାନେ ଅଧିକ ଟଙ୍କା ଦେଇ ବ୍ରଡବ୍ୟାଣ୍ଡ ସଂଯୋଗ ନେଉଛନ୍ତି ଯାହା ଦ୍ୱାରା ସେମାନେ ଇଣ୍ଟରନେଟ ସ୍ପିଡ ଏବଂ ଅଧିକ ଡାଟା ପାଇପାରିବେ | କିନ୍ତୁ ଆପଣଙ୍କ ଅଜାଣତରେ କେହି ଆପଣଙ୍କ ଡାଟା ଚୋରି କରି ବ୍ୟବହାର କରୁଛି କି? କେହି ବି ଚାହିଁବେନି ଯେ, ସିଏ ବିଲ ପଇଠ କରନ୍ତୁ ଓ ଆଉ କେହି ଡାଟା ବ୍ୟବହାର କରନ୍ତୁ | ଆଜି ଆମେ ଆପଣଙ୍କୁ କହିବୁ ଯେ କେଉଁ ସବୁ ସଙ୍କେତ ଦେଖାଦେଲେ ଆପଣ ଜାଣିପାରିବେ ଯେ ଆପଣଙ୍କର ଡାଟା ଚୋରି ହେଉଛି |

ଆପଣଙ୍କର ୱାଇ-ଫାଇ ସଂଯୋଗ ମନ୍ଥର ହୋଇଯାଉଛି କି? ଗତ କିଛି ଦିନ ଧରି ଯଦି ଆପଣଙ୍କ ଇଣ୍ଟରନେଟର ସ୍ପିଡ଼ ମନ୍ଥର ହୋଇଛି ତେବେ ପ୍ରଥମେ ଏହାକୁ ଚେକ କରନ୍ତୁ | କାରଣ ଇଣ୍ଟରନେଟ ମନ୍ଥର ପାଇଁ ସର୍ଭର ସମସ୍ୟା, ନେଟୱର୍କ-ବ୍ୟାଘାତକାରୀ କାନ୍ଥ ବା ବସ୍ତୁ ଯୋଗୁଁ ମନ୍ଥର ହୋଇପାରେ | ଏହା ଛଡା ଯଦି କେହି ଗୁପ୍ତ ଭାବେ ୱାଇଫାଇ ମାଧ୍ୟମରେ ଆପଣଙ୍କ ଡାଟା ଚୋରି କରୁଥାଏ, ତେବେ ବି ଇଣ୍ଟରନେଟ ସ୍ପିଡ଼ ମନ୍ଥର ହୋଇଯାଏ |

କଣ କରିବେ?
ଆପଣଙ୍କର ବ୍ୟକ୍ତିଗତ ନେଟୱାର୍କ ସହିତ ସଂଯୁକ୍ତ ପ୍ରତ୍ୟେକ ଡିଭାଇସର ଏକ ସ୍ୱତନ୍ତ୍ର ଆଇପି ଅଡ୍ରେସ ଥାଏ | ରାଉଟର ସେଟିଂରେ ଆପଣ କନେକଟେଡ ଡିଭାଇସ୍ (କ୍ଲାଏଣ୍ଟ) ତାଲିକା ଦେଖିପାରନ୍ତି | ତେଣୁ, ଯଦି ଆପଣ ଆପଣଙ୍କର ନେଟୱାର୍କରେ କିଛି ଅଜଣା ଡିଭାଇସ କନେକଟା ହୋଇଥିବାର ଦେଖିବେ ତେବେ ଏହାକୁ ଡ଼ିସକନେକଟ କରିଦିଅନ୍ତୁ |

ସମ୍ବନ୍ଧିତ ଖବର