ଆଫ୍ରିକାରୁ ଆସିଥିବା ଚିତା ‘ଆଶା’ ଅନ୍ତଃସତ୍ତ୍ବା: ଭାରତରେ ଚିତାସଂଖ୍ୟା ବୃଦ୍ଧି ଆଶା ଉଜ୍ଜ୍ବଳ

ଭୋପାଳ: ଆଫ୍ରିକାରୁ ଆସିଥିବା ଚିତା ‘ଆଶା’ ଦେହରେ ଏବେ ଅନ୍ତଃସତ୍ତ୍ବା ଥିବାର ସମସ୍ତ ଲକ୍ଷଣ ଦେଖାଯାଉଥିବାରୁ ଭାରତରେ ଚିତାସଂଖ୍ୟା ବୃଦ୍ଧି ହେବାର ଆଶା ଉଜ୍ଜ୍ବଳ ବୋଲି ସରକାରୀ ଅଧିକାରୀମାନେ କହୁଛନ୍ତି।

ମଧ୍ୟପ୍ରଦେଶର କୁନ୍ନୋ ଆରମ୍ଭ ହୋଇଥିବା ଚିତା ପ୍ରକଳ୍ପର ଦେଖାଶୁଣା କରୁଥିବା ସରକାରୀ ଅଧିକାରୀମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମକରଣ କରିଥିବା ‘ଆଶା’ ଚିତା ଅନ୍ତଃସତ୍ତ୍ବା ଥିବାର ଆଚରଣଗତ, ଶାରୀରିକ ଏବଂ ହର୍ମୋନ୍‌ଗତ ଲକ୍ଷଣ ଦେଖାଯାଉଛି। ଏଥିପାଇଁ ଆମେ ଖୁବ୍‌ ଆନନ୍ଦିତ ହୋଇଥିଲେ ବି, ‘ଆଶା’ ଅନ୍ତଃସତ୍ତ୍ବା ବୋଲି ସୁନିଶ୍ଚିତ ହେବାକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

Image Courtesy of Latestly

‘ଚିତା କଞ୍ଜର୍‌ଭେସନ୍‌ ଫଣ୍ଡ୍‌’ର (ସିସିଏଫ୍‌) କାର୍ଯ୍ୟନିର୍ବାହୀ ନିର୍ଦେଶକ ଲରି ଡକ୍ଟର୍‌ ମାର୍କର୍‌ କହିଛନ୍ତି, ‘ଆଶା’ ଯଦି ଅନ୍ତଃସତ୍ତ୍ବା ହୋଇଥିବ, ଏଇଟା ହେବ ତା’ର ପ୍ରଥମ ସନ୍ତାନ ଜନ୍ମ। ସେ ନାମିବ୍ୟା ଅରଣ୍ୟରୁ ଧରା‌ ହୋଇ ଆସିଛି, ସେଇଠି ସେ ଅନ୍ତଃସତ୍ତ୍ବା ହୋଇଥାଇ ପାରେ। ତେଣୁ, ସେ ରହୁଥିବା ଖୁଆଡ଼ରେ ଏବେ ନଡ଼ା ଗାଣ୍ଠିର କୁଡ଼ିଆଟିଏ କରାଯିବା ଉଚିତ। ଯଦି ଆଶା ପେଟରେ ସନ୍ତାନ ଥାଆନ୍ତି, ତାହା ହେବ ନାବିବ୍ୟାରୁ ଆହୁରି ଗୋଟେ ଉପହାର।

ଜାତୀୟ ଉଦ୍ୟାନ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଭଳି ସୁରକ୍ଷିତ ଅଞ୍ଚଳରେ ଚିତାଛୁଆ ମୃତ୍ୟୁହାର ଅଧିକ ରହୁଥିବାରୁ ‘ପ୍ରୋଜେକ୍ଟ ଚିତା’ ପାଇଁ ଏବେ ଏହା ଚାଲେଞ୍ଜ୍‌ର କାରଣ ହେବ। ସଂଗୃହୀତ ସୂଚନା ଅନୁସାରେ, ଏହି ସବୁ ସ୍ଥାନରେ ଚିତାଛୁଆ ମୃତ୍ୟୁହାର ପ୍ରାୟ ୯୦%। ଜନ୍ମ ବେଳେ ଆଖି ଫିଟି ନ ଥିବା ଅସହାୟ ଚିତାଛୁଆର ଓଜନ ୨୪୦ରୁ ୪୨୫ ଗ୍ରାମ୍‌ ହୋଇଥାଏ। ପ୍ରସବ କରିବାର ଦିନେ ଦୁଇ ଦିନ ପରେ ମାଆ ଚିତା ନିଜ ଆହାର ପାଇଁ ଶିକାର ଖୋଜିବାକୁ ଚାଲିଯାଏ। ଏହି ସମୟ ହିଁ ଚିତାଛୁଆ ପାଇଁ ବିପଜ୍ଜନକ ହୋଇଥାଏ।

ସମ୍ବନ୍ଧିତ ଖବର