ଚିତା ପ୍ରକଳ୍ପ ଅଧିକାରୀଙ୍କୁ ଷ୍ଟଡି ଟୁରରେ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକା ପଠାଯିବ

ନୂଆଦିଲ୍ଲୀ: କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ, ଚିତା ପୁନରୁଦ୍ଧାର ଯୋଜନାରେ ସମ୍ପୃକ୍ତ ଥିବା ଅଧିକାରୀମାନଙ୍କୁ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାକୁ ଷ୍ଟଡି ଟୁରରେ ପଠାଯିବ, ଯେଉଁଠାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଚିତାମାନଙ୍କୁ ଅଣାଯାଇଥିଲା।

ସୋମବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ସାକ୍ଷାତ୍‌ ସମୟରେ ଯାଦବ କହିଛନ୍ତି ଯେ, ସେ ଜୁନ୍ ୬ରେ ସୋପୁର ଜିଲ୍ଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ଚିତାଗୁଡିକର ସୁରକ୍ଷା, ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଅର୍ଥ ଏବଂ ସମସ୍ତ ପ୍ରକାର ଲଜିଷ୍ଟିକ୍ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚମାସରୁ ଏପର୍ଯ୍ୟନ୍ତ କୁନୋ ଜାତୀୟ ଉଦ୍ୟାନରେ ୬ଟି ଚିତାଙ୍କର ମୃତ୍ୟୁ ଘଟିସାରିଲାଣି। ମନ୍ତ୍ରୀ କହିଛନ୍ତି ଯେ, ସମଗ୍ର ବିଶ୍ୱରେ ସ୍ଥାନାନ୍ତରିତ ଚିତାଙ୍କର ବଞ୍ଚିବା ହାର କମ୍, କିନ୍ତୁ ସେମାନଙ୍କର ସୁରକ୍ଷା ଓ ଉନ୍ନତି ପାଇଁ ସରକାର ସମସ୍ତ ଉଦ୍ୟମ କରିବେ।

ସମ୍ବନ୍ଧିତ ଖବର