ନୂଆଦିଲ୍ଲୀ : ନାମିବିୟାରୁ ଆସିଥିବା ଚିତା ଭାରତ ମାଟିରେ ପ୍ରଥମ ଶିକାର କରିଛନ୍ତି। ଆଫ୍ରିକୀୟ ଦେଶରୁ ଆସିବାପରେ ସମସ୍ତ ଚିତାଙ୍କୁ ପ୍ରଥମେ ମଧ୍ୟପ୍ରଦେଶର କୋନୋ ଜାତୀୟ ଉଦ୍ୟାନରେ କ୍ବାରାଣ୍ଟିନ୍ ଅଞ୍ଚଳରେ ରଖାଯାଇଥିଲା। ତେବେ ଗତକାଲି ପ୍ରଥମେ ୨ ଚିତା ଫ୍ରେଡି ଏବଂ ଆଲଟନଙ୍କୁ ଏକ ଜଙ୍ଗଲର ଏକ ବଡ଼ ପରିବେଶ ମଧ୍ୟକୁ ଛଡ଼ା ଯାଇଥିଲା। ଜାଣିବାକୁ ମିଳିଛି ଯେ ଜଙ୍ଗଲରେ ଛଡ଼ାଯିବାର ୨୪ ଘଣ୍ଟା ମଧ୍ୟରେ ଏହି ୨ ପୁରୁଷ ଚିତା ଶିକାର କରିଛନ୍ତି। ରବିବାର ବିଳମ୍ବିତ ରାତି କିମ୍ବା ସୋମବାର ଭୋର ସମୟରେ ଚିତା ଦୁଇଟି ଏକ ହରିଣକୁ ଶିକାର କରିଛନ୍ତି ବୋଲି ମୁଖ୍ୟ ବନ୍ୟ ସଂରକ୍ଷକ ଉତ୍ତମ କୁମାର ଶର୍ମା କହିଛନ୍ତି। ଶିକାରର ୨ଘଣ୍ଟା ମଧ୍ୟରେ ସେମାନେ ସେମାନଙ୍କ ଖାଦ୍ୟ ଖାଇଛନ୍ତି। ମିଳିଥିବା ସୂଚନାନୁଯାୟୀ ୯୮ ହେକ୍ଟରରୁ ଊର୍ଦ୍ଧ୍ବ ଜଙ୍ଗଲ ଅଞ୍ଚଳରେ ଏହି ୨ ଚିତାଙ୍କୁ ଛଡ଼ା ଯାଇଥିଲା। ଅନ୍ୟ ୬ ଚିତାଙ୍କୁ ପର୍ଯ୍ୟାୟକ୍ରମେ କ୍ବାରାଣ୍ଟିନ୍ ମୁକ୍ତ କରାଯିବ।
ଭାରତ ମାଟିରେ ପ୍ରଥମ ଶିକାର କଲେ ଚିତା
/sambad/media/post_attachments/wp-content/uploads/2022/11/cheetah-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)