ରାସାୟନିକ କାରଖାନାରେ ବିସ୍ଫୋରଣ, ଦୁଇ ମୃତ

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ରାସାୟନିକ କାରଖାନାରେ ସୋମବାର ରାତିରେ ବିସ୍ଫୋରଣ ଘଟିଛି। ଏହି ଫ୍ୟାକ୍ଟ୍ରିରେ କାମ କରୁଥିବା ଦୁଇଜଣ କର୍ମଚାରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ଚାରି ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସହାୟକ ପୁଲିସ ଅଧିକାରୀ ବି କେ ପୁରୁଷୋତ୍ତମ ଏହି ବିସ୍ଫୋରଣ ଘଟଣା ସମ୍ପର୍କରେ କହନ୍ତି, ଦୁଇ ମୃତ କର୍ମଚାରୀ ବିହାରରେ ବସବାସ କରନ୍ତି। ସେମାନଙ୍କ ପରିଚୟ ଏଯାବତ ଜଣାପଡ଼ି ନାହିଁ। ଏହି ବିସ୍ଫୋରଣ ସହର ମଝାମଝିରେ ଥିବା ଜୀବିକା ଲାଇଫ୍‌ ସାଇନ୍ସସେଜ ପ୍ରା ଲିରେ ହୋଇଥିଲା। ଗୁରୁତରଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

 

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହି ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ଏହି ବିସ୍ଫୋରଣ ହେତୁ ପୂରା କରଖାନା ଜଳିପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ନେଇଛନ୍ତି। ପୁଲିସ ରାସାୟନିକ କାରଖାନାର ପରିଚାଳକଙ୍କ ବିରୋଧରେ ଅବହେଳା ନେଇ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର