ବେଞ୍ଜାମିନ ଲିଷ୍ଟ, ଡେଭିଡ୍ ମ୍ୟାକମିଲାନ ପାଇବେ କେମିଷ୍ଟ୍ରି ନୋବେଲ

ଷ୍ଟକହୋମ୍ : ୨୦୨୧ ପାଇଁ ରସାୟନ ବିଜ୍ଞାନ ବା କେମିଷ୍ଟ୍ରିରେ ମର୍ଯ୍ୟାଦାଜନକ ନୋବେଲ ପୁରସ୍କାର ଘୋଷିତ ହୋଇଛି । ବେଞ୍ଜାମିନ ଲିଷ୍ଟ ଓ ଡେଭିଡ୍ ମାକମିଲାନଙ୍କୁ ଏହି ପୁରସ୍କାର ମିଳିବ ବୋଲି ଷ୍ଟକହୋମ ସ୍ଥିତ ନୋବେଲ କମିଟି ପକ୍ଷରୁ ଆଜି ଟୁଇଟ କରି ଘୋଷଣା କରାଯାଇଛି । ଆସିମେଟ୍ରିକ ଅର୍ଗାନୋକାଟାଲିସିସ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ସେମାନଙ୍କୁ ଏହି ପୁରସ୍କାର ଦିଆଯିବ ।

ଗତକାଲି ଭୌତିକ ବିଜ୍ଞାନ ବା ଫିଜିକ୍ସରେ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା । ଜାପାନର ସ୍ବିକୁରୋ ମାନାବେ ଓ ଆମେରିକାର କ୍ଲାସ ହାସଲମ୍ୟାନ ଓ ଜର୍ଜିଓ ପାରିସିଙ୍କୁ ଏହି ପୁରସ୍କାର ଦିଆଯିବ । ଜଳବାୟୁର ଜଟିଳ ଭୌତିକ ପ୍ରକ୍ରିୟାର ଅଧ୍ୟୟନ ପାଇଁ ଉଭୟଙ୍କୁ ଯୁଗ୍ମଭାବେ ଏହି ପୁରସ୍କାର ଦିଆଯିବ ।

ପ୍ରତିବର୍ଷ ସ୍ବିଡେନର ଷ୍ଟକହୋମସ୍ଥିତ ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ନୋବେଲ ପୁରସ୍କାର ଦିଆଯାଇଥାଏ । ବୈଜ୍ଞାନିକ  ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା ।

ଗତ ୧୨୦ ବର୍ଷରେ ଏପର୍ଯ୍ୟନ୍ତ ମୋଟ ୧୮୬ ଜଣ ବୈଜ୍ଞାନିକ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା ଅଛନ୍ତି ।

ସମ୍ବନ୍ଧିତ ଖବର