ନୂଆଦିଲ୍ଲୀ/ ଚେନ୍ନାଇ: ସାମୁଦ୍ରିକ ଝଡ଼ ‘ନିଭାର’କୁ ଭାରତୀୟ ପାଣିପାଗ ବିଭାଗ ଆଜି ସନ୍ଧ୍ୟାରେ (ଆଇଏମ୍ଡି) ‘ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ’ ବୋଲି ପର୍ଯ୍ୟାୟଭୁକ୍ତ କରି ଘୋଷଣା କରିଛି ଯେ ଏହି ଭୀଷଣ ସାମୁଦ୍ରିକ ଝଡ଼ ଆଜି (ନଭେମ୍ବର ୨୫, ଗୁରୁବାର) ବିଳମ୍ବିତ ସନ୍ଧ୍ୟାରୁ ମଧ୍ୟରାତ୍ର ମଧ୍ୟରେ ଏହା କରାଇକାଲ ଏବଂ ମମଲାଲାପୁରମ୍ ମଧ୍ୟରେ ତାମିଲନାଡୁ-ପୁଡୁଚେରୀ ଉପକୂଳ ଅତିକ୍ରମ କର ଲାଣ୍ଡଫଲ୍ କରିବ। ନିଭାରର ଲାଣ୍ଡଫଲ ପ୍ରକ୍ରିୟା ଆସନ୍ତାକାଲି (ଗୁରୁବାର) ପ୍ରତ୍ୟୁଷ ପର୍ଯ୍ୟନ୍ତ ଅବ୍ୟାହତ ରହିବ। ଏବଂ ଏହି ସମୟ ମଧ୍ୟରେ ତାମିଲନାଡୁ ଓ ପୁଡ଼ୁଚେରି ଉପକୂଳରେ ଅତି ପ୍ରବଳରୁ ଅତି ଅତି ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୧୫୫ କିଲୋମିଟର ବେଗରେ ପବନ ବହିବ।
#Nivar is forecast to strengthen to a very severe cyclonic storm and make landfall tonight on India's Tamilnadu and Puducherry coasts, per @Indiametdeptpic.twitter.com/2ylvlRNRZb
— World Meteorological Organization (@WMO) November 25, 2020
ଆଇଏମ୍ଡି ଠାରୁ ଏପ୍ରକାର ସୂଚନା ମିଳିବା ପରେ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ଆଜି (ବୁଧବାର) ସନ୍ଧ୍ୟା ୭ ଟାରୁ ଆସନ୍ତାକାଲି (ଗୁରୁବାର) ସକାଳ ୭ଟା ପର୍ଯ୍ୟନ୍ତ ଚେନ୍ନାଇ ବିମାନବନ୍ଦରକୁ ସଂପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଛି। ଏହି ସମୟ ମଧ୍ୟରେ ଚେନ୍ନାଇ ବିମାନବନ୍ଦରରୁ କୌଣସି ବିମାନ ଉଡ଼ାଣ ଭରିବ ନାହିଁ କିମ୍ବା ଅବତରଣ ମଧ୍ୟ କରିବ ନାହିଁ। ଏଥିସହ ଚେନ୍ନାଇରେ ମେଟ୍ରୋ ସେବା ମଧ୍ୟ ସ୍ଥଗିତ ରହିବ ବୋଲି ସାଇକ୍ଲୋନନ୍ ନିଭାରର ଲାଣ୍ଡଫଲ ପୂର୍ବରୁ କର୍ତ୍ତୃପକ୍ଷ କହିଛନ୍ତି। ଉପକୂଳ ତାମିଲନାଡୁ ଏବଂ ପୁଡୁଚେରୀ ସାଇକ୍ଲୋନନ୍ ନିଭାର ପାଇଁ ପ୍ରସ୍ତୁତ ଅଛନ୍ତି। ଏହି ସାମୁଦ୍ରିକ ବାତ୍ୟା ତାମିଲନାଡୁର ମମଲାଲାପୁରମ୍ (ଯାହା ରାଜ୍ୟ ରାଜଧାନୀ ଚେନ୍ନାଇ ଠାରୁ 56 କିଲୋମିଟର ଦୂରରେ) ଏବଂ ପୁଡୁଚେରୀର କରାଇକାଲ ମଧ୍ୟରେ ଲାଣ୍ଡଫଲ କରିବ। ନିଭାର୍ ପ୍ରଭାବରେ ଉପକୂଳ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ସହ ପ୍ରବଳ ପବନ ଆରମ୍ଭ ହୋଇଗଲାଣି।