ଅଫିସ୍‌କୁ ନିଶା ଖାଇ ଆସିଲେ ଧରିବ ମେସିନ୍‌, ନିଶା ସେବନର ମାତ୍ରା ବି ଧରାପଡ଼ିବ

ନୂଆଦିଲ୍ଲୀ: ସାବାଡ ହେବେ ନିଶାଖୋର କର୍ମଚାରୀ। ଏଣିକି ମଦ୍ୟପାନ ତଥା ନିଶାଶକ୍ତ ଅବସ୍ଥାରେ ଅଫିସ ଆସିଲେ ଧରାଇଦେବ ମେସିନ୍‌। ଆଉ ଏହାର ସୂଚନା ସିଧା କଂପାନୀର ଏଚଆରଙ୍କ ନିକଟକୁ ପଠାଇଦେବ ଏହି ସ୍ମାର୍ଟ ମେସିନ। ଚେନ୍ନାଇର ରେମକୋ ନାମକ କଂପାନୀ ଏଭଳି ଏକ ସିଷ୍ଟମ ପ୍ରସ୍ତୁତ କରିଛି, ଯାହାକି କର୍ମଚାରୀଙ୍କର କେବଳ ଚେହେରା ଦେଖି ହିଁ ଜଣାପଡିଯିବ କି ସେ ନିଶାରେ ଅଛନ୍ତି କି ନାହିଁ , ଆଉ ଯଦି ବି ଅଛନ୍ତି ତେବେ ସେ କେତେ ମାତ୍ରାରେ ଅଛନ୍ତି।

ଫେସିଆଲ ରିକଗନିସନ ଆଟେଣ୍ଡାନ୍‌ସ ସିଷ୍ଟମ ଏଭଳି ଏକ ସିଷ୍ଟମ ଯେଉଁଥିରେ କର୍ମଚାରୀଙ୍କ ନିଶ୍ୱାସରୁ ହିଁ ଜଣାପଡିଯିବ କି ସେ କେତେ ନିଶାରେ ଅଛନ୍ତି। ଏହି ସିଷ୍ଟମରେ ଏଭଳି କୌଶଳ ବ୍ୟବହାର କରାଯାଇଛି, ଯେଉଁଥିରେ କୌଣସି ବି ନିଶାଶକ୍ତ କର୍ମଚାରୀଙ୍କ ମୁହଁ ଦେଖି ହିଁ ତାର ସୂଚନା ତତକ୍ଷଣାତ ଏଚଆରଙ୍କ ନିକଟରେ ପହଂଚାଇଦେବ।

ତେବେ କଂପାନୀର ଦାବି ରହିଛି ଯେ, ଏହି ଶତପ୍ରତିଶତ ସଠିକ୍‌ ସୂଚନା ଦେବ। ଏହି ଟେକନିକରୁ ଅଫିସରେ ନିଶା ଖାଇ ବସୁଥିବା କର୍ମଚାରୀଙ୍କୁ ତୁରନ୍ତ ଧରାପଡିବେ। କଂପାନୀ ଅନୁସାରେ, ଏହି ସିଷ୍ଟମରେ ବର୍ତ୍ତମାନ ଆଲକହଲ ନେଉଥିବା କର୍ମଚାରୀଙ୍କର ଚିହ୍ନଟ କରିହେବ। କିନ୍ତୁ କଂପାନୀ ତରଫରୁ ଖୁବ୍‌ ଶୀଘ୍ର ଏଭଳି ସିଷ୍ଟମ ପ୍ରସ୍ତୁତ କରାଯାଉଛି, ଯେଉଁଥିରେ ଡ୍ରଗ୍‌ସ ନେଉଥିବା ବ୍ୟକ୍ତିଙ୍କୁ ବି ଅତି ସହଜରେ ଚିହ୍ନଟ କରାଯାଇପାରିବ।

ସମ୍ବନ୍ଧିତ ଖବର