ଚେନ୍ନାଇ: ଚେନ୍ନାଇର ଜଣେ କନ୍ଷ୍ଟେବଲ୍ ନିଜ ପତ୍ନୀଙ୍କ ବ୍ୟତୀତ ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ରଖିଥିବା ହେତୁ ତାଙ୍କ ପତ୍ନୀ ତାଙ୍କୁ ନିଆଁ ଲଗାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣକ ତାଙ୍କର ଜଣେ ସହକର୍ମୀଙ୍କ ସହ ସଂପର୍କରେ ଥିବା କଥା ତାଙ୍କ ପତ୍ନୀ ଜାଣିପାରିବା ପରେ ପ୍ରତିଶୋଧ ନେବାକୁ ସ୍ବାମୀଙ୍କୁ ଜାଳି ଦେଇଥିବା ଜାଣିବାକୁ ମିଳିଛି। ବ୍ୟକ୍ତି ଜଣକ ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଛନ୍ତି ବୋଲି ସୂଚନା ରହିଛି।
/sambad/media/post_attachments/wp-content/uploads/2019/11/fire-2-300x225.jpg)
କନ୍ଷ୍ଟେବଲ୍ ଜଣକ ହେଉଛନ୍ତି ଭେଙ୍କଟେଶ। ସେ ଭିଲୁପୁରମର ବାସିନ୍ଦା। ତାଙ୍କ ପତ୍ନୀ ତାଙ୍କୁ ଜାଳି ଦେବା ପରେ ତାଙ୍କୁ କିଲ୍ପୁକ୍ ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅଭିଯୁକ୍ତା ପତ୍ନୀଙ୍କ ନାମ ଆଶା ଓ ତାଙ୍କୁ ପୁଲିସ୍ ଗିରଫ କରିଛି।
ପ୍ରଥମରୁ ଆଶା ପୁଲିସ୍ରେ ବୟାନ ଦେଇଥିଲେ ଯେ ତାଙ୍କ ସ୍ବାମୀ ନିଜକୁ ନିଜେ ଜାଳି ଦେବାକୁ ଉଦ୍ୟମ କରିଥିଲେ। ପୁଲିସ୍ ଖୋଳତାଡ଼ କରିବାରୁ ପରେ ସେ ତାଙ୍କ ସ୍ବାମୀଙ୍କ ହତ୍ୟା ଉଦ୍ୟମ କରିଥଲେ ବୋଲି ସ୍ବୀକାର କରିଛନ୍ତି। ପୁଲିସ୍ରେ ଆଶା ବୟାନ ଦେଇ କହିଛନ୍ତି ଯେ ତାଙ୍କ ସ୍ବାମୀ ତାଙ୍କୁ ହତ୍ୟା ଉଦ୍ୟମ କରିଥିବା ବେଳେ ସେ ତାଙ୍କ ସ୍ବାମୀଙ୍କ ହାତରୁ କିରୋସିନ ଆଣି ଓଲଟା ତାଙ୍କ ଉପରେ ଢାଳି ତାଙ୍କୁ ଜାଳିବାକୁ ଚେଷ୍ଟା କରିଥିଲେ।